ଭୁବନେଶ୍ୱର : ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବେଡ ବଢାଯିବ । ଡେଙ୍ଗୁ ସମୀକ୍ଷା ପରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନିରଞ୍ଜନ ମିଶ୍ରଙ୍କ ସୂଚନା । କ୍ୟାପିଟାଲ ହସ୍ପିଟାଲରେ ଏବେ ୫୦ ସ୍ୱତନ୍ତ୍ର ବେଡ ଅଛି , ୭୦ କୁ ବଢିବ । କ୍ୟାପିଟାଲ ହସ୍ପିଟାଲରେ ଏବେ ୫୨ ଜଣ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲରେ ପ ର୍ଯ୍ୟାପ୍ତ ପ୍ଲେଟଲେଟ ମହଜୁଦ ଅଛି । ଟେଷ୍ଟିଂ କିଟ ରହିଛି । ଯେଉଁ ଘରେ ଡେଙ୍ଗୁ ରୋଗୀ ଅଛନ୍ତି , ଅନ୍ୟ ସଦସ୍ୟଙ୍କୁ ହେବା ଆଶଙ୍କା ।
ଅନ୍ୟପଟେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ କହିଛନ୍ତି , ଚଳିତ ବର୍ଷ ରାଜ୍ୟରେ ୨ ହଜାର ୨୯୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ଚିହ୍ନଟ ହୋଇଥିବା ରୋଗୀ ତୁଳନାରେ ୪୫ ପ୍ରତିଶତ ଅଧିକ । ଚଳିତ ବର୍ଷ ୩୫ ହଜାର ୫୯୫ ଡେଙ୍ଗୁ ଟେଷ୍ଟ ହୋଇଛି । ଚଳିତ ବର୍ଷ ଚିହ୍ନଟ ରୋଗୀ ମଧ୍ୟରୁ ୫୧ ପ୍ରତିଶତ ଖୋର୍ଦ୍ଧା ଜିଲ୍ଲାର । ଖୋର୍ଦ୍ଧାରୁ ୧,୧୬୭ ଜଣ , କଟକରୁ ୧୪୫ , ପୁରୀରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୯୩ , ଜଗତସିଂହପୁରରୁ ୧୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢିଛି , ଅସ୍ୱାଭାବିକ ବୃଦ୍ଧି ନୁହେଁ । ଗତବର୍ଷ ତୁଳନାରେ ଟେଷ୍ଟିଂ ଦୁଇଗୁଣା ହୋଇଛି , ତେଣୁ ପଜିଟିଭ ବଢୁଛି ।
କ୍ୟାପିଟାଲ ହସ୍ପିଟାଲରେ ବଢିବ ଡେଙ୍ଗୁ ବେଡ, ଖୋର୍ଦ୍ଧାରୁ ଅଧିକ ଆକ୍ରାନ୍ତ ଚିହ୍ନଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











