ଭୁବନେଶ୍ୱର : ଓଡିଶାରେ ପହଁଚିଲା ପୁଲିସ ଏସଆଇ ସ୍କାମର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆଣିଲା କ୍ରାଇମବ୍ରାଞ୍ଚା ଏୟାରପୋର୍ଟରୁ କଟକ କ୍ରାଇମବ୍ରାଞ୍ଚ ହେଡ ଅଫିସ ଗଲା ଶଙ୍କର । ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପୁଲିସ ଏସଆଇ ସ୍କାମ ଜଣାପଡିବା ପରେ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି । ଦୁବାଇ ଯିବାକୁ ଯୋଜନା କରିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ । ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି ।
ଭୁବନେଶ୍ୱରରେ ପହଁଚିବା ପରେ ଗିରଫ ଶଙ୍କର ପୃଷ୍ଟି ନିଜର ପ୍ରତିକ୍ରିୟା ଦେଇଛି । ମୁଁ ଲୁଚି ନଥିଲି , ଆଇନ ଅନୁଯାୟୀ ସମ୍ମୁଖୀନ ହେଉଥିଲି । ହାଇକୋର୍ଟରେ ଫାଇଲ କରାଯାଇଥିଲା , ସୁପ୍ରିମକୋର୍ଟରେ ଫାଇଲ କରିଥିଲି । ହାଇକୋର୍ଟଙ୍କୁ ଆଗୁଆ ଜାମିନ ମାଗିଥିଲି । ସମୟ ଦେଇଥିଲେ , ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି । ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୈାଣସି କେସ ନାହିଁ । କୋର୍ଟଙ୍କ ଉପରେ ସମ୍ପୁର୍ଣ୍ଣ ଭରଷା ରହିଛି ନ୍ୟାୟ ମିଳିବ । ୧୨୪ ଜଣ ଲୋକଙ୍କ ଜନ୍ମ କୁଣ୍ଡଳି ବାହାର କରନ୍ତୁ , କାହା ସହ ସମ୍ପର୍କ ନାହିଁ । ପୁଲିସ ଏସଆଇ ସ୍କାମର ମାଷ୍ଟରମାଇଣ୍ଡ ପ୍ରଶ୍ନକୁ ଏଡାଇ ଗଲେ ଶଙ୍କର ପୃଷ୍ଟି । ମାଷ୍ଟରମାଇଣ୍ଡ, ସମ୍ପୁର୍ଣ୍ଣ ମିଛ କଥା । ତାଙ୍କୁ ପଚରାଉଚୁରା କରି ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । କିଛି ଡିଜିଟାଲ ପ୍ରମାଣ ମଧ୍ୟ ପାଇଥିବା ସୂଚନା ମିଳିଛି । ମାମଲାର ତଦନ୍ତ ପାଇଁ ସିବିଆଇକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଶଙ୍କରକୁ ମିଶାଇ ମୋଟ ୧୦ ଦଲାଲ ଗିରଫ ହୋଇଛନ୍ତି ।
କ୍ରାଇମବ୍ରାଞ୍ଚ ଅଫିସରେ ଶଙ୍କର ପୃଷ୍ଟି ; ଉତ୍ତରାଖଣ୍ଡରୁ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











