ବ୍ୟୁରୋ : ଅଧିକାଂଶ ଲୋକମାନେ ଗୁଜୁରାତି ଚା’ ପିଇବା ପାଇଁ ବହୁତ୍ ପସନ୍ଦ କରିଥାନ୍ତି । ଏହାର ବାସ୍ନାରେ ହିଁ ଚା’ ପିଇବା ପାଇଁ ଇଛା ହୋଇଥାଏ । ଗୁଜୁରାତି ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଏଥିରେ ଅନେକ ସୌନ୍ଦର୍ୟ୍ୟ ଗୁଣ ମଧ୍ୟ ରହିଥାଏ । ଏହାକୁ ସେବନ କରିବା ଦ୍ବାରା ଅନେକ ଲାଭ ମଧ୍ୟ ହୋଇଥାଏ । ଗୁଜୁରାତି କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ବଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଏହାକୁ କସମେଟିକ୍ ରୂପେ ବ୍ୟବହାର କଲେ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଯାଏ । ତ୍ବଚାରେ ବ୍ରଣ ବା କଳା ଦାଗ ହୋଇଥିଲେ କିମ୍ବା ଓଠ ଫାଟିଥିଲେ ଗୁଜୁରାତିର ଘରୋଇ ଉପଚାରରେ ଆପଣଙ୍କର ଏହି ସମସ୍ୟା ଦୂର କରିପାରିବେ ।
ଆପଣମାନେ ଜାଣିଛନ୍ତି କି? ଗୁଜୁରାତିରେ ଆଇରନ୍, ଭିଟାମିନ୍ ସି’, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ପ୍ରଚୁର ପରିମାଣରେ ପୋଷକ ତତ୍ତ୍ବ ମିଳିଥାଏ । ଏଥି ସହ ଆପଣଙ୍କୁ କହିରଖୁଛୁ ଯେ ଖାଲି ଗୁଜୁରାତିରେ ଲାଭ ନଥାଏ ବରଂ ଗୁଜୁରାତି ପାଣିରେ ମଧ୍ୟ ଅନେକ ପ୍ରକାରର ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତି ପାଣିର ଫାଇଦା ବିଷୟରେ ।
ଯଦି ଆପଣଙ୍କର ପେଟ ଜନିତ କିଛି ସମସ୍ୟା ହେଉଛି, ତେବେ ଆପଣ ଗୁଜୁରାତି ପାଣି ପିଇପାରିବେ । ଏହା ପିଇବା ପରେ ପେଟ ଯନ୍ତ୍ରଣା ଦୂର ହେବା ସହ ବହୁତ ରିଲାକ୍ସ ମଧ୍ୟ ଲାଗିଥାଏ । ଏଥି ସହ ଅନ୍ତନଳୀ ସ୍ବାସ୍ଥ୍ୟରେ ଲାଭ ଆଣିବା ସହିତ କୋଷ୍ଠକାଠିନ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ଯଦି ଆପଣ ନିଜର ଓଜନକୁ କମ୍ କରିବା ପାଇଁ ଚାହୁଁଛନ୍ତି, ତେବେ ମଧ୍ୟ ଆପଣ ଗୁଜୁରାତି ପାଣି ପିଇପାରିବେ । ଏହା ବହୁତ୍ ଶୀଘ୍ର ଓଜନ କମ୍ କରାଇବାରେ ସାହାଯ୍ୟ କରିଥାଏ ।
ଗୁଜୁରାତି ପାଣିରେ ଥିବା ଉପାଦାନଗୁଡିକ ଆପଣଙ୍କ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିବାରେ ସହାୟକ ହୋଇପାରେ । ଏହି କାରଣରୁ ହାଇ ବ୍ଲଡ୍ ପ୍ରେସର ରୋଗୀଙ୍କୁ ଗୁଜୁରାତୀ ପାଣି ପିଇବାକୁ ପରାମର୍ଶ ଦିଆଯାଏ । ଏଥି ସହ କର୍କଟ ରୋଗକୁ ମଧ୍ୟ ଦୂର କରିଥାଏ ଗୁଜୁରାତି ପାଣି । ଯଦି ଆପଣ ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଗୁଜୁରାତି ପାଣି ପିଇବା ଅଭ୍ୟାସ୍ କରନ୍ତୁ ।
କୋଷ୍ଠକାଠିନ୍ୟ, ଏସିଡିଟି ଭଳି ସମସ୍ୟା ରହିଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











