The Ultimate Managed Hosting Platform
ADVERTISEMENT

କୋଶଳୀରେ ପ୍ରଶ୍ନ, କୋଶଳୀରେ ଉତ୍ତର

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳରେ ରୋଚକ ଦୃଶ୍ୟ । କୋଶଳୀ ଭାଷାରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରତାପ ଦେବ । ନରସିଂହ ମିଶ୍ରଙ୍କ ପ୍ରଶ୍ନରେ କୋଶଳୀ ଭାଷାରେ ଉତ୍ତର ରଖିଲେ ମନ୍ତ୍ରୀ । ଶିଳ୍ପ ବିଭାଗ ସମ୍ପର୍କିତ କୋଶଳୀ ଭାଷାରେ ପ୍ରଶ୍ନ କରିଥିଲେ ନରସିଂହ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଥିବା ବେଳେ ବିଧାନସଭାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଦିନ ପରେ ହଟଗୋଳ ପରେ ଆଜି ବିଧାନସଭା ସୁରୁଖୁରୁରେ ଆରମ୍ଭ ହୋଇଥିଲା । ପ୍ରଥମେ ଶିଳ୍ପ ବିଭାଗ ଉପରେ ଆଲୋଚନା ହୋଇଥିଲା । ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିବା ପରେ କୋଶଳି ଭାଷାରେ ଉତର ରଖିଥିଲେ ମନ୍ତ୍ରୀ । ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରସଙ୍ଗକୁ ନେଇ ଦୁଇ ଦିନ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login