ନୂଆଦିଲ୍ଲୀ : ଟ୍ୟୁସନରୁ ଫେରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନ ଲିଭୁଣୁ ଆଉ ଏକ ସେମିତି ଛାତିଥରା ଘଟଣା ଦେଶକୁ ସ୍ତବ୍ଧ କରି ଦେଇଛି । ଆସାମରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ୧୪ ବର୍ଷର ଝିଅଟି ଟ୍ୟୁସନରୁ ଫେରୁଥିବା ବେଳେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ତା ପରେ ସେହି ଝିଅଟିକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ପଳାଇଥିଲେ ଦୁର୍ବୃତ୍ତ। ନୌଗାଁଓ ଜିଲ୍ଲାରେ ହୋଇଛି ଏହି ଜଘନ୍ୟକାଣ୍ଡ। ଝିଅଟି ଦଶମ ଶ୍ରେଣୀରେ ପଢୁଥିଲା। ରାସ୍ତା କଡ଼ରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ। ହସପିଟାଲରେ ତାର ଚିକିତ୍ସା ଚାଲିଛି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ବିଭିନ୍ନ ଛାତ୍ର ସଂଗଠନ ଓ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ବନ୍ଦ ଡାକରା ମଧ୍ୟ ଦିଆଯାଇଛି।
ଘଟଣାର ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ମୃତ୍ୟୁ । ଶନିବାର ସକାଳ ୪ଟା ସମୟରେ ପୋଲିସ ସିନ ରିକ୍ରିଏଟ କରିବାକୁ ଘଟଣାସ୍ଥଳକୁ ଆଣିବା ସମୟରେ ପୋଲିସ ହେପାଜତରୁ ଖସି ପଳାଇବା ବେଳେ ସେ ପୋଖରୀକୁ ଡେଇଁ ପଡିଥିଲେ। ଏସପିଙ୍କ ଅନୁଯାୟୀ ସେ ଖସିଯିବାକୁ ଚେଷ୍ଟା କରି ପୋଖରୀକୁ ଡେଇଁପଡିଥିଲେ। ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏସଡିଆରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟା ଖୋଜାଖୋଜି ପରେ ଅଭିଯୁକ୍ତଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।
କୋଲକତା ପରେ ଆସାମରେ କଳଙ୍କ , ଟ୍ୟୁସନରୁ ଫେରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...