କୋଣାର୍କ: ଗଛକୁ ପିଟି ଓଲଟିଲା ଭ୍ୟାନ , ୧୨ ଆହତ । କୋଣାର୍କ ବୁଲିବାକୁ ଆସିଥିବା ବେଳେ ଜୁଣେଇ ଛକରେ ଦୁର୍ଘଟଣା । ୧୨ ଆହତଙ୍କ ମଧ୍ୟରୁ ୪ ଗୁରୁତର ସମସ୍ତେ ଭୁବନେଶ୍ୱର ସ୍ଥାନାନ୍ତର । ଭଦ୍ରକ ତିହିଡିରୁ କୋଣାର୍କ ବୁଲିବାକୁ ଆସିଥିଲେ ପରିବାର । ଶୁକ୍ରବାର ଭୋର ୪ଟା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ ପିଟିବା ପରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ଭଦ୍ରକ ତିହିଡି ଅଂଚଳର ଗୌରାଙ୍ଗ ବାରିକ, ସୁକାନ୍ତି ବାରିକ, ସୁମିତ୍ରା ବାରିକ ଏବଂ ସଂଜୟ ବେଜ । ସମସ୍ତ ଗୁରୁତର ଆହତଙ୍କୁ ପ୍ରଥମେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ କରୁଛି ।
Views: 91











