କଟକ : ସାଲେପୁର ଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ । ଯନ୍ତ୍ରୀ ଅର୍ଜୁନ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ । ଆଜି ତାଙ୍କୁ ଭୁବନେଶ୍ବର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଆୟ ବର୍ହିଭୂତ ସମ୍ପତ୍ତି ନେଇ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ଅର୍ଜୁନ ସାହୁ।ସହକାରୀ ଯନ୍ତ୍ରୀଙ୍କ ୨୧ଟି ପ୍ଲଟ ରହିଛି। ୭୦ ଲକ୍ଷରୁ ଅଧିକ ଟଙ୍କାର ଜମାରାଶି, ୨୧୮ ଗ୍ରାମ ସୁନା ଅଳଙ୍କାର, ୩ଟି ଚାରି ଚକିଆ ଓ ନଗଦ ୩ଲକ୍ଷ ଟଙ୍କା ଜବତ କରିଛି ତଦନ୍ତକାରୀ ଦଳ ।ଗତକାଲି ଏକକାଳୀନ ୮ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।
Views: 76