ଜୟପୁର : ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ । ରାମଚନ୍ଦ୍ର ନେପାକଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ । ଭିଜିଲାନ୍ସ ରେଡ ବେଳେ ତାଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା ଓ ପୁଳା ପୁଳା ସୁନାଗହଣା । ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ଜବତ ହୋଇଥିଲା । ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ କୋଟିଏ ୪୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଜୟପୁର ସହରରେ ତାଙ୍କର ୩ହଜାର ୬ଶହ ବର୍ଗଫୁଟ ଜମିରେ ଏକ ତିନି ମହଲା କୋଠା ରହିଛି । ସେହିପରି ଭୁବନେଶ୍ବରରେ ତାଙ୍କର ଏକ ଥ୍ରୀ- ବିଏଚକେ ଫ୍ଲାଟ ଠାବ ହୋଇଛି । ଜୟପୁର ସହର ଗୋଲଡେନ ହାଇଟ ରେସିଡେନସିଆଲ ଆପାର୍ଟମେଣ୍ଟରେ ଦୁଇଟି ଟୁ ବିଏଚକେ ଫ୍ଲାଟ ଥିବା ଜଣାଯାଇଛି । ବାବୁଙ୍କର ଏହି ପ୍ଳାଟରେ ଭିଜିଲାନ୍ସ ଚଢ଼ାଉ ବେଳେ ଏକ ସିକ୍ରେଟ ଟ୍ରେଜେରୀ ଠାବ ହୋଇଥିଲା । ଯେଉଁଥିରୁ ଏକ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ସେହିପରି ଜୟପୁର ଘରୁ ୪ ଲକ୍ଷ ୪୪ ହଜାର ଟଙ୍କା ମିଳିଛି । କେବଳ ଏତିକିରେ ସରିନାହିଁ ବାବୁଙ୍କର ସଂପତ୍ତି ତାଲିକା । ଜୟପୁର ସହରରେ ତାଙ୍କର ଦୁଇଟି ମୂଲ୍ୟବାନ ପ୍ଲଟ ମଧ୍ୟ ରହିଛି । ଡେପୁଟି ରେଞ୍ଜର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୪ଟି ବ୍ୟାଙ୍କରେ ମୋଟ ୧୦ଟି ଆକାଉଣ୍ଟ ରହିଛି । ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧ କୋଟି ୩୨ ଲକ୍ଷ ୧୯ ହଜାର ଟଙ୍କା ରହିଛି ।
କୋଟିପତି ଜଙ୍ଗଲବାବୁ ଗିରଫ : କୋଟିଏ ୪୩ ଲକ୍ଷରୁ ଅଧିକ ଟଙ୍କା,ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ଜବତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











