ଭଦ୍ରକ : ଦିନକୁ ଦିନ ବୃଦ୍ଧି ପାଉଛି ଲୁଟେରାଙ୍କ କାରନାମା । ପୋଲିସକୁ ଚକମା ଦେଇ କରୁଛନ୍ତି ଲୁଟ । ଘରେ କେହି ନ ଥିବାର ସୁଯୋଗ ନେଇ ବୁଲାଉଛନ୍ତି କଳାକନା । ଏମତି ଏକ ଘଟଣା ଘଟିଛି ଭଦ୍ରକରେ । ଏଥର ନଣନ୍ଦ-ଭାଉଜଙ୍କୁ ଟାର୍ଗେଟ । ଲୁଟିନେଲେ କୋଟିଏ ଟଙ୍କାର ସୁନା ଅଳଙ୍କାର ।ଗତକାଲି ବିଳମ୍ଭିତ ରାତ୍ରିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆରଡ଼ି ଛକ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭଡା ଘରେ କେହି ନଥିବାର ସୁଯୋଗ ନେଇ ନଣନ୍ଦ ଓ ଭାଉଜଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ । ପ୍ରାୟ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଯାହାକୁ ନେଇ ଆଜି ଭଦ୍ରକରେ ଚାଞ୍ଚଲ୍ୟ ଖେଳିଯାଇଛି ।ଆଜକୁ ଚାରି ବର୍ଷ ହେବ ରାଜଶ୍ରୀ ତ୍ରିପାଠୀ ଓ ଈପ୍ସା ତ୍ରିପାଠୀ ଗୋଟିଏ ବିଲଡିଂରେ ଭଡା ନେଇ ରହୁଥିଲେ । ସମ୍ପର୍କରେ ରାଜଶ୍ରୀ ନଣନ୍ଦ ହୋଇଥିବା ବେଳେ ଈପ୍ସା ହେଉଛନ୍ତି ତାଙ୍କ ଭାଉଜ । ତେବେ ଖରା ଛୁଟି ଥିବାରୁ ଅଧ୍ୟାପିକା ରାଜଶ୍ରୀ ତ୍ରିପାଠୀ ତାଙ୍କ ଶଶୁର ଘରକୁ ଯାଇଥିଲେ । ସେହିପରି ତାଙ୍କ ସମ୍ପର୍କୀୟ ଭାଉଜ ଈପ୍ସା ମଧ୍ୟ ଗତ ଶନିବାର ଦିନ ନିଜ ବାପ ଘରକୁ ଯାଇଥିଲେ । ବୋଧ ହୁଏ ଏହାକୁ ଅନୁମାନ କରିଥିଲେ ଏ ଦୁର୍ବୃତ୍ତ । ଯାହାର ସୁଯୋଗ ନେଇ ଗତକାଲି ବିଳମ୍ଭିତ ରାତ୍ରିରେ ଦୁର୍ବୁତ୍ତମାନେ ସେଠାରେ ପହଞ୍ଚି ଯାଇଥିଲେ ।ପ୍ରଥମେ ନଣନ୍ଦ ରାଜଶ୍ରୀ ରଖିଥିବା ପ୍ରାୟ ୭୦ ଭରିରୁ ଉର୍ଦ୍ଧ ସୁନା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ସେହିପରି ତାଙ୍କ ଭାଉଜ ଈପ୍ସାଙ୍କ ଘରୁ ପ୍ରାୟ ୨୦ ଭରିରୁ ଉର୍ଦ୍ଧ ସୁନା ଅଳଙ୍କାର ସହିତ ନଗଦ ୨୫ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଆଜି ସକାଳୁ ଘର ଖୋଲା ଥିବା ସହ ଘରର ସବୁ ଜିଣିଷପତ୍ର ତଳେ ପଡ଼ିଥିବା ଦେଖି ଘରର ମାଲିକ ଦୁଇ ଜଣଙ୍କୁ ଖବର ଦେଇଥିଲେ ।ରନ୍ତ ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଜଣାଇଥିଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ଯାହାପରେ ସନ୍ଧାନୀ କୁକୁର ନେଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଚାଷୀଙ୍କୁ ମିଳିଲା ପିଏମ କିଷାନ ଟଙ୍କା
ନୂଆଦିଲ୍ଲୀ : ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ୍ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଗଲା...
ଆତ୍ମାହୁତି ଉଦ୍ୟମ ; ମହିଳା ମୃତ, ପୁରୁଷ ଗୁରୁତର
କରଞ୍ଜିଆ : ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ । ଘଟଣାସ୍ଥଳରେ ମହିଳା ମୃତ । ଗୁରୁତର ପୁରୁଷ ଶୁକ୍ରୁଳି ମେଡିକାଲରେ ଭର୍ତ୍ତି । ମୃତକ...
ମଦ ଭାଟିରେ ବୁଲିଲା ବୁଲଡୋଜର
ଆଠଗଡ : କୋରଙ୍ଗା ଗାଁରେ ମଦଭାଟି ଉପରେ ବୁଲିଲା ବୁଲଡୋଜର । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଅବକାରୀ ବିଭାଗର ବଡ ଘେରାଉ । ଆଠଗଡ଼ ଡିଏସପି,ଆଇଆଇସି, ଆଠଗଡ଼ ଅବକାରୀ...
ରାଜା ଚକ୍ରଙ୍କୁ ୧୫ ଦିନିଆ ଅନ୍ତରୀଣ ଜାମିନ
କେନ୍ଦୁଝର : ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ । ସଦର ଥାନାର ଗୋଟିଏ ମାମଲାରେ ମିଳିଲା ଅନ୍ତରୀଣ ଜାମିନ । ୧୫ ଦିନିଆ...