The Ultimate Managed Hosting Platform
ADVERTISEMENT

କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ମିଳିଲା ବଡ ଆଶ୍ୱସ୍ତି ,ଏଣିକି କ୍ରେଡିଟ କାର୍ଡ ଜାରି କରିପାରିବ ବ୍ୟାଙ୍କ

Facebook
Twitter
LinkedIn

ନୂଆଦିଲ୍ଲୀ : କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଉଠାଇ ଦେଇଛି । । ୯ ମାସରୁ ଅଧିକ ସମୟ ଧରି ବ୍ୟାଙ୍କ ଉପରେ ବ୍ୟାନ ଲାଗିଥିଲା । ବ୍ୟାନ ଲାଗିବା କାରଣରୁ ପୂର୍ବରୁ ବ୍ୟାଙ୍କର କାରବାର ପ୍ରଭାବିତ ହେଉଥିଲା । ଏବେ କୋଟକ ମହିନ୍ଦ୍ରା ବ୍ୟାଙ୍କ କିଛି କାମ ସହଜରେ କରିପାରିବ । କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଟେକ୍ନୋଲୋଜି ସହ ଜଡ଼ିତ ସମସ୍ୟାକୁ ନେଇ ବ୍ୟାନ ଲଗାଇଥିଲା ଆରବିଆଇ । ଏହାଦ୍ବାରା ବ୍ୟାଙ୍କର ୮୧୧ ବ୍ୟାଙ୍କିଂ କାରବାର ସବୁଠାରୁ ବେଶି ପ୍ରଭାବିତ ହୋଇଥିଲା । ଏବେ ବ୍ୟାଙ୍କ ନିଜର କାରବାରକୁ ବିସ୍ତାର କରିପାରିବ । ଆରବିଆଇ କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ବ୍ୟାନ ଲଗାଇବା ପରେ ସୁଧାରାତ୍ମକ କାମରେ ସନ୍ତୁଷ୍ଟ ହୋଇ ଉକ୍ତ ବ୍ୟାନ ହଟାଇ ଦେଇଛି । ଏହାପରେ ଏବେ କୋଟକ ମହିନ୍ଦ୍ରା ବ୍ୟାଙ୍କ ପୁଣି ଥରେ କ୍ରେଡିଟ କାର୍ଡ ଜାରି କରିପାରିବ । ନିଜର ଡିଜିଟାଲ ମୋବାଇଲ ପ୍ଲାଟଫର୍ମ ୮୧୧ ମାଧ୍ୟମରେ ନୂଆ ଗ୍ରାହକଙ୍କୁ ମଧ୍ୟ ଯୋଡ଼ି ପାରିବ । ଏଜେନ୍ସି ମୁତାବକ, ବ୍ୟାଙ୍କର ସୁଧାରାତ୍ମକ ଉପାୟରେ ସନ୍ତୁଷ୍ଟ ଥିବା ଆରବିଆଇ କହିଛି । ବ୍ୟାଙ୍କକୁ କ୍ରେଡିଟ କାର୍ଡ ଜାରି କରିବା ତଥା ଅନଲାଇନ ଓ ମୋବାଇଲ ବ୍ୟାଙ୍କିଂ ଚ୍ୟାନେଲ ମାଧ୍ୟମରେ ନୂଆ ଗ୍ରାହକଙ୍କୁ ଯୋଡ଼ିବାର ଅନୁମତି ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ପାଇଁ ପହଁଚିଲେ ଗୈାତମ ଆଦାନୀ

ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ପାଇଁ ପହଁଚିଲେ ଗୈାତମ ଆଦାନୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ...

Login