ପାରାଦୀପ : ଜାହାଜରୁ ୨୦୦ କୋଟିର କୋକେନ ଜବତ ଘଟଣା । ଆଜି ବି ଜାହାଜରେ କଷ୍ଟମ , ଏସଟିଏଫ,ଡଗ ସ୍କ୍ୱାଡର ଛାନଭିନ । ୨୧ କ୍ରିଉ ମେମ୍ବରଙ୍କୁ ଅଟକ ରଖି ପଚରାଉଚରା । ଜାହାଜ ଲାଗିଥିବା ପିଆଇସିଟି ବର୍ଥରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଏପରିକି ଓଡ଼ିଶା ବଜାରରେ ଏହାର ପ୍ରବେଶ ଲାଗି ଭିତିରି ଯୋଜନା ଚାଲିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏବେ ଏହାର ତଦନ୍ତ କଷ୍ଟମ୍ସ ବିଭାଗ କରୁଥିବା ବେଳେ ଆଗକୁ ଏନସିବି କିମ୍ବା ଏନ୍ଆଇଏକୁ ଦିଆଯାଇପାରେ ।ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଜାହାଜରେ ଚୋରା ଚାଲାଣ ହେଉଥିଲା ନିଷିଧ ଡ୍ରଗ୍ସ କୋକେନ । ଏମଭି ଦେବୀ ନାମକ ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ କଷ୍ଟମ ବିଭାଗ ଅଧିକାରୀ । ଆଉ ଚଢ଼ାଉ ପରେ ଜାହାଜରୁ ମିଳିଥିଲା ୨୨ଟି ସନ୍ଦିଗ୍ଧ ପ୍ୟାକେଟ୍ । ଏହା ପରେ କ୍ର୍ୟୁ ସଦସ୍ୟ ଓ କ୍ୟାପ୍ଟେନ୍ଙ୍କୁ ଜେରା କରାଯାଇଛି । ସନ୍ଧାନୀ କୁକୁର ସହାୟତାରେ ଯାଂଚ କରାଯାଇଛି ।
କୋକେନ ତନାଘନା : ୨୧ ଅଟକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











