The Ultimate Managed Hosting Platform
ADVERTISEMENT

କୋରିଆନ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ଅନୁଷ୍କା ସେନ୍‌

Facebook
Twitter
LinkedIn

କମ୍‌ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ୍‌ ଏବେ ଚର୍ଚ୍ଚାରେ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋୟର୍ସ ସଂଖ୍ୟା ୩୪ ମିଲିୟନ୍‌ରୁ ବି ଅଧିକ। ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଏକ ବଡ ଖବର ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ଏବେ ଭାରତୀୟ ସିନେମା ଛାଡ଼ି କୋରିଆନ୍‌ ସିନେମା ଜଗତରେ ଏଣ୍ଟ୍ରି କରିବେ ଅନୁଷ୍କା ସେନ୍‌। ଏବେ ଅନୁଷ୍କା କୋରିଆନ୍‌ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସେ ଖୁବ୍‌ଶୀଘ୍ର କୋରିଆନ୍‌ ଶୋ’ରେ ନଜର ଆସିବେ। ନିକଟରେ ଏକ ଇଣ୍ଟରଭ୍ୟୁରେ ଏ ନେଇ ଖୁଲାସା କରିଛନ୍ତି ଅନୁଷ୍କା ସେନ୍‌। ସେ କହିଛନ୍ତି, ମୁଁ ଏକ କୋରିଆନ୍‌ ଏଜେନ୍ସି ସହ କାମ କରିବାକୁ ଖୁବ୍‌ ଉତ୍ସାହିତ ଅଛି। ମୁଁ ଏକ କୋରିଆ ୱେବ୍‌ ଶୋ’ରେ ଫିଲ୍ମ କରିବାକୁ ଯାଉଛି। ଏହି ବର୍ଷଟା ମୋ ପାଇଁ ପୂରା ଭିନ୍ନ ରହିବ। ଭାରତ ଓ କୋରିଆ ମଧ୍ୟରେ ଅନେକ କଣ୍ଟେଣ୍ଟ ଆଦାନ ପ୍ରଦାନ ହେଉଛି। ଆମେ ତାଙ୍କ କେ-ଡ୍ରାମା ଓ କେ-ପପ୍‌କୁ ପସନ୍ଦ କରୁଛୁ। ସେମାନେ ବି ଆମ ସିନେମା ଓ ସଂସ୍କୃତିକୁ ପସନ୍ଦ କରୁଛନ୍ତି।

ଅନୁଷ୍କା କହିଛନ୍ତି, କୋରିଆରେ ବି ମୋର ଅନେକ ଫ୍ୟାନ୍‌ ଅଛନ୍ତି। ମୁଁ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁଁ ମୋ ଫ୍ୟାନ୍‌ଙ୍କୁ ବହୁତ ଭଲ ପାଏ ଓ ମୁଁ ଆଜି ଯାହା ବି ଅଛି କେବଳ ସେମାନଙ୍କ ପାଇଁ ହିଁ ବୋଲି କହିଛନ୍ତି ଅନୁଷ୍କା ସେନ୍‌। କହିବାକୁ ଗଲେ ଅନୁଷ୍କାଙ୍କୁ ଏବେ ମାତ୍ର ୧୯ ବର୍ଷ। ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ, ୱେବ୍‌ ସିରିଜ୍‌ ଓ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ ସେ ଏକ ବଡ ପ୍ରୋଜେକ୍ଟରେ କାମ କରିବା ନେଇ ବେଶ୍‌ ଖୁସି ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login