The Ultimate Managed Hosting Platform
ADVERTISEMENT

କୋଟି କୋଟି ସମ୍ପତ୍ତିର ମାଲିକାଣୀ ସାମନ୍ଥା

Facebook
Twitter
LinkedIn

ସାଉଥ ବହୁ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭା । ନିକଟରେ ତାଙ୍କର ପୁଷ୍ପା ଫିଲ୍ମର ଆଇଟମ୍‌ ନମ୍ଵର ଓଃ ଅଣ୍ଟାଭା.. ଗୀତରେ ଦେଖିବାକୁ ମିଳିଥିଲା । ଯାହା ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି ।

ସୋସିଆଲ ମିଡିଆରେ ଏବେ ସେହି ଗୀତ ଟ୍ରେଣ୍ଡ ଚାଲିଛି । କିନ୍ତୁ ଅତୀତରେ ସାମନ୍ଥା ତାଙ୍କ ସ୍ୱାମୀ ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସାମନ୍ଥା ଗତ ଅନେକ ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିଲେ। ହେଲେ ଆଜି ସେ କୋଟି କୋଟି ଟଙ୍କାର ମାଲିକାଣି ଅଟନ୍ତି । କିନ୍ତୁ ତାଙ୍କ ବାସ୍ତବ ଜୀବନରେ ସାମନ୍ଥା ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚନ୍ତି ।ବର୍ତ୍ତମାନ ଦୁହେଁ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ଏହି ଲଭ୍‌-ବାର୍ଡଙ୍କ ଛାଡପତ୍ର ସାରା ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲା ।

ତେବେ ସାମନ୍ଥା ଅଲଗା ହେବା ପରଠାରୁ ବର୍ତ୍ତମାନ ସେ ନିଜ କ୍ୟାରିୟକୁ ଅଧିକ ଲକ୍ଷ୍ୟ ରଖିଛନ୍ତି । ଏବଂ ତାଙ୍କ ଜୀବନଶୈଳୀ ବିଷୟରେ କହୁବାକୁ ଗଲେ ହାଇଦ୍ରାବାଦର ଜୁବୁଲି ହିଲ୍‌ସ୍  ଠାରେ ଏକ ବିଳାସପୂର୍ଣ୍ଣ ଆଲିଶାନ୍‌ ବଙ୍ଗଳା ଅଛି। ଏହା କେବଳ ହାଇଦ୍ରାବାଦ ହିଁ ନୁହେଁ, ଅଭିନେତ୍ରୀଙ୍କ ଅନେକ ସହରରେ ଅନେକ ସମ୍ପତ୍ତି ରହିଛି। ସାମନ୍ଥାଙ୍କ ଗାଡି ପ୍ରତି ବହୁତ ଦୁର୍ବଳା ରହିଛି । ଏଥିପାଇଁ ସେ ଖୁବ୍‌ ଗାଡି କିଣିଛନ୍ତି । ବିଳାସପୂର୍ଣ୍ଣ ଯାନଗୁଡ଼ିକର ବହୁତ ଭଲ ଭଲ କଲେକ୍ସନ ମଧ୍ୟ ରଖିଛନ୍ତି । ସେଥିମଧ୍ୟରୁ ବିଏମଡବ୍ଲୁ ସିରିଜ୍, ବିଏମଡବ୍ଲୁ ଏକ୍ସ-୫ ଏବଂ ଜାଗୁଆର ଭଳି ଦାମୀ ଦାମୀ ଗାଡି ରହିଛି ।ତେବେ ମିଡିଆ ରିପୋର୍ଟ ଅନୁଯାୟୀ ସାମନ୍ଥାଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟତଃ ୮୦ କୋଟି ଟଙ୍କା ରହିଛି ବୋଲି କୁହାଯାଉଛି । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା...

Login