ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ । ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାନ୍ତି । ନିର୍ବାଚନ କମିଶନ କୈାଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ । ଅଭିଯୋଗ ଆସିଥିବା ବିହାର ପ୍ରସଙ୍ଗରେ ମଧ୍ୟ ରଖିଲେ ସ୍ପଷ୍ଟୀକରଣ । ବିହାରର ୭ କୋଟିରୁ ଉଦ୍ଧ୍ୱର୍ ମତଦାତା କେବେ ପ୍ରଶ୍ନ କରି ନାହାନ୍ତି । ଭୋଟ ଚୋରି ପରି ଅପଶବ୍ଦ ବ୍ୟବହାର କରି ଭ୍ରମିତ କରାଯାଉଛି । ସାମ୍ବିଧାନିକ ଅଧିକାରରୁ ନିର୍ବାଚନ ଆୟୋଗ ପଛଘୁଞ୍ଚା ଦେବେ ନାହିଁ । ମିଥ୍ୟା ଆରୋପରେ କେବେ ନିର୍ବାଚନ କମିଶନ ଡରିଯିବେ ନାହିଁ । ବିହାରରେ ଏସଆଇଆର ଚାଲିଛି, ୧.୬ ଲକ୍ଷ ବୁଥସ୍ତରୀୟ ଏଜେଣ୍ଟ ଡ୍ରାଫ୍ଟ ତାଲିକା କରିଛନ୍ତି । ସମସ୍ତ ରାଜନୈତିକ ଦଳର ବୁଥ ସ୍ତରୀୟ ଏଜେଣ୍ଟ ଯାଞ୍ଚ କରି ଦସ୍ତଖତ କରିଛନ୍ତି । ଭୋଟରମାନେ ମୋଟ ୨୮,୩୭୦ ଦାବି ଏବଂ ଆପତ୍ତି ଦାଖଲ କରିଛନ୍ତି । ସଂଶୋଧନ ଶେଷ ହେବା ପାଇଁ ଆହୁରି ୧୫ ଦିନ ବାକି ରହିଛି । ଅନେକ ଭୋଟରଙ୍କ ଫଟୋ ମିଡିଆରେ ସେମାନଙ୍କ ଅନୁମତି ବିନା ବାହାରିଛି । ସେମାନଙ୍କ ଫଟୋ ଦେଖାଇ ଅଭିଯୋଗ କରାଯାଇଛି , ହେବା କଥା ନୁହେଁ । ଲୋକସଭା ନିର୍ବାଚନରେ ୧ କୋଟିରୁ ଉଦ୍ଦ୍ୱର୍ କର୍ମଚାରୀ ସାମିଲ ଥିଲେ । ୧୦ ଲକ୍ଷରୁ ଉଦ୍ଧ୍ୱର୍ ବୁଥ ଏଜେଣ୍ଟ, ୨୦ ଲକ୍ଷରୁ ଉଦ୍ଧ୍ୱର୍ ପୁଲିଂ ଏଜେଣ୍ଟ ସାମିଲ ଥିଲେ । ଏତେ ସ୍ୱଚ୍ଛତା ଭିତରେ ଭୋଟ ଚୋରି ସମ୍ଭବ କି ବୋଲି ପ୍ରଶ୍ନ କଲେ ଇସିଆଇ । ଡବଲ ଭୋଟ ନେଇ ଅଭିଯୋଗ ଆସୁଛି , ପ୍ରମାଣ ମାଗିଲେ ମିଳୁନି । ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି ଉଦ୍ୟମ ହେଉଛି । ତେଣୁ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ସବୁ ବର୍ଗର ଭୋଟରଙ୍କ ସହ ଆମେ ରହିଛୁ । ରେଜଲ୍ଟ ପ୍ରକାଶର ୪୫ ଦିନ ଭିତରେ ଅଭିଯୋଗ ଥିଲେ କୋର୍ଟ ଯାଇ ପାରିବେ । ୪୫ ଦିନ ପରେ ଅଭିଯୋଗ କଲେ ତାହା ଭିତ୍ତିହୀନ ବୋଲି ଧରାଯିବ । ଏତେ ଦିନ ପରେ ଯେଉଁ ଅଭିଯୋଗ ଆସୁଛି , ଲୋକେ ତାହା ବୁଝିପାରୁଥିବେ ।
କେହି ପକ୍ଷ କିମ୍ବା ବିପକ୍ଷ ନୁହଁନ୍ତି : ଇସିଆଇ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











