The Ultimate Managed Hosting Platform
ADVERTISEMENT

କେରଳରେ ଆଲର୍ଟ, ବ୍ୟାପୁଛି ନିପା ଭାଇରସ

Facebook
Twitter
LinkedIn

ନୂଆଦିଲ୍ଲୀ : କେରଳରେ ନିପା ଭାଇରସରେ ବ୍ୟାପିବା ପରେ ଆଲର୍ଟ । କୋଝିକୋଡର ୭ଟି ସ୍ଥାନରେ ଜାରି ହୋଇଛି କଟକଣା । ଏହି ସବୁ ଅଞ୍ଚଳକୁ କଣ୍ଟାମିନେସନ ଜୋନ ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ ନିରାକରଣ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଝିକୋଡ ଜିଲ୍ଲାରେ କିଲର ଭାଇରସ ଦୁଇ ଜଣଙ୍କ ଜୀବନ ନେଇଥିବାବେଲେ ସଂକ୍ରମିତ ହୋଇଛନ୍ତି ୨ ଜଣ । ଏନେଇ ସୂଚନା ଦେଇଛନ୍ତି କେରଳ ସରକାର । ନିପା ଭାଇରସ ବ୍ୟାପୁଥିବା ସୂଚନା ମିଳିବା ପରେ କେରଳର ସମସ୍ତ ଜିଲ୍ଲାରେ ହେଲଥ ଆଲର୍ଟ ଜାରି ହୋଇଛି ।
ଏକ ଘରୋଇ ହସ୍ପିଟାଲରେ ୨ ଜଣଙ୍କ ମୃତ୍ୟୁ ହେବା ପରେ ସମସ୍ତ ହସ୍ପିଟାଲରେ ସତର୍କତା ବ୍ୟବସ୍ଥା ଜାରି ହୋଇଛି । ଭାଇରସର ମୁକାବିଲା ଲାଗି କେରଳକୁ ଏକ କେନ୍ଦ୍ରୀୟ ଟିମ ପଠାଯାଇଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ । ନିପା ଭାଇରସଜନିତ ମୃତ୍ୟୁ ନେଇ ବି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ । କୋଝିକୋଡରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବାବେଳେ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି । ୨୦୧୮ରେ କେରଳର କୋଝିକୋଡ ଓ ମାଲାପୁରମ ଜିଲ୍ଲାରେ ବି ନିପା ଭାଇରସ ଆତଙ୍କ ଖେଳାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login