କୋଝିକୋଡ: କେରଳ କୋଝିକୋଡରେ ନିପା ଭୟ। ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିପା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନମୁନା ପଜିଟିଭ୍ ଆସିଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏପର୍ୟ୍ୟନ୍ତ ୨ଜଣଙ୍କ ଜୀବନ ନେଲାଣି ନିପା ଭାଇରସ। କେରଳରେ ନିପା ଭାଇରସର ବାଂଲାଦେଶ ଭାରିଆଣ୍ଟ ସଂକ୍ରମଣ କରୁଛି। ରାଜ୍ୟରେ ସର୍ଭେଲାନ୍ସ ବଢାଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଓ ରାଜୀବ ଗାନ୍ଧୀ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ପକ୍ଷରୁ କୋଝିକୋଡକୁ ମୋବାଇଲ୍ ଟେଷ୍ଟି ଭ୍ୟାନ୍ ପଠାଯାଇଛି। ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି।
Views: 93