ଲକ୍ଷ୍ନୌ : ଲକ୍ଷ୍ନୌରେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ନୂଆ ଘରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅଙ୍କ ସାଙ୍ଗ ବୋଲି ଜଣାପଡିଛି । ବିନୟଙ୍କ ମୃତ୍ୟୁ ଗୁଳି ବାଜିବା ଯୋଗୁଁ ହୋଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ବନ୍ଧୁକକୁ ପୋଲିସ ଜବତ କରିଛି। ତେବେ ମୃତ ଯୁବକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ଏହି ମାମଲାରେ ହତ୍ୟା ଅଭିଯୋଗ କରିବା ସହିତ ପୋଲିସ ମାମଲାର ଯାଞ୍ଚ କରୁଛି । ପୋଲିସ ଏହି ମାମଲାରେ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖବର ମୁତାବକ, ସାଂସଦ କୌଶଲ କିଶୋରଙ୍କ ଘରେ ଗତକାଲି ରାତିରେ ପାର୍ଟି ଜମିଥିଲା । ଏହି ପାର୍ଟିରେ ଯୁବକ ଜଣକ ସାମିଲ ଥିଲ । ତେବେ ଯୁବକଙ୍କ ମୃତ୍ୟୁ ସକାଳ ୪ଟାରେ ହୋଇଥିବା ଜଣାପଡିଛି । ଗୁଳି କେମିତି ବାଜିଲା, କିଏ ମାରିଲା ତାହାର ତଦନ୍ତ ପୋଲିସ କରୁଛି । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଜଣ ଯୁବକ ମଧ୍ୟ ପାର୍ଟିରେ ସାମିଲ ଥିଲେ ।
କେନ୍ଦ୍ରୀ ମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ
ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...
୫ ହଜାର ବୋତଲ କଫ୍ ସିରପ ଜବତ
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...