ଲକ୍ଷ୍ନୌ : ଲକ୍ଷ୍ନୌରେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ନୂଆ ଘରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅଙ୍କ ସାଙ୍ଗ ବୋଲି ଜଣାପଡିଛି । ବିନୟଙ୍କ ମୃତ୍ୟୁ ଗୁଳି ବାଜିବା ଯୋଗୁଁ ହୋଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ବନ୍ଧୁକକୁ ପୋଲିସ ଜବତ କରିଛି। ତେବେ ମୃତ ଯୁବକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ଏହି ମାମଲାରେ ହତ୍ୟା ଅଭିଯୋଗ କରିବା ସହିତ ପୋଲିସ ମାମଲାର ଯାଞ୍ଚ କରୁଛି । ପୋଲିସ ଏହି ମାମଲାରେ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖବର ମୁତାବକ, ସାଂସଦ କୌଶଲ କିଶୋରଙ୍କ ଘରେ ଗତକାଲି ରାତିରେ ପାର୍ଟି ଜମିଥିଲା । ଏହି ପାର୍ଟିରେ ଯୁବକ ଜଣକ ସାମିଲ ଥିଲ । ତେବେ ଯୁବକଙ୍କ ମୃତ୍ୟୁ ସକାଳ ୪ଟାରେ ହୋଇଥିବା ଜଣାପଡିଛି । ଗୁଳି କେମିତି ବାଜିଲା, କିଏ ମାରିଲା ତାହାର ତଦନ୍ତ ପୋଲିସ କରୁଛି । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଜଣ ଯୁବକ ମଧ୍ୟ ପାର୍ଟିରେ ସାମିଲ ଥିଲେ ।
କେନ୍ଦ୍ରୀ ମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











