ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ । ଡେଙ୍ଗୁରେ ଚିକିତ୍ସିତ ହେଉଥିଲେ ଝିଙ୍ଗିଆ ଓରାମ । ୫୮ ବର୍ଷ ବୟସରେ ଝିଙ୍ଗିଆ ଓରାମଙ୍କ ପରଲୋକ । ଭଉବନେଶ୍ୱର ଲୁମ୍ବିନୀବିହାର ବାସ ଭବନରେ ଶେଷ ଦର୍ଶନ । ସୁନ୍ଦରଗଡ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର।
ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜୁଏଲ ଓରାମଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ବାଚସ୍ପତିଙ୍କ ସହ ମନ୍ତ୍ରିମଣ୍ଡଳ ସଦସ୍ୟ ବି କରିଛନ୍ତି ଶେଷ ଦର୍ଶନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...