The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ହେଲା ଶେଷକୃତ୍ୟ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

Facebook
Twitter
LinkedIn

କେନ୍ଦୁଝର : ଏକାଠି ଜଳିଲା ଜୁଇ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ଆତ୍ମୀୟ ସ୍ୱଜନ ଦୁଃଖରେ ଭାଙ୍ଗି ପଡିଛନ୍ତି । ଦେବୀଙ୍କୁ ଦର୍ଶନ ପାଇଁ ଯାଉଥିଲେ କିନ୍ତୁ ତାହା ହୋଇଗଲା ଶେଷ ଦର୍ଶନ । ପରିବାର ସହ ହସଖୁସିରେ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ଦୁଇ ସଙ୍ଗାତ ଶବ ହୋଇ ଗାଁକୁ ଫେରିଛନ୍ତି । କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ପହଞ୍ଚିଥିଲା । ପ୍ରିୟଜନଙ୍କ ଶବ ଦେଖି ଅବାକ ହୋଇଯାଇଛନ୍ତି ସମସ୍ତେ । ସ୍ତବ୍ଧ ହୋଇଯାଇଛି ପୂରା ଗାଁ । ଗାଁ ମଶାଣିରେ ଜଳିଛି ଏକାଧିକ ଜୁଇ । ଗଂଜାମ ସାନଖେମୁଣ୍ଡି ବ୍ଲକ୍ ପୋଡାମାରି ଓ ବତାଗଡ ଗାଁ ମଶାଣିରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୋଟିଏ ଗୋଟିଏ ଘରୁ ୩-୪ଟି ଲେଖାଏଁ କୋକେଇ ଉଠିଛି । ଘଟଗାଁ ତାରିଣୀ ଦର୍ଶନ ପାଇଁ ଦୁଇ ସଙ୍ଗାତ ପୋଡାମରି ଗାଁର ଆକାଶ ପ୍ରଧାନ ଓ ବତାଗଡ଼ ଗାଁର ମଦନ ଗୌଡ଼ଙ୍କ ପରିବାର ବାହାରିଥିଲେ । ୨୪ଜଣ ଏକାଠି ହୋଇ ଗୁରୁବାର ରାତିରେ ଏକ ମିନିବସରେ କେନ୍ଦୁଝର ଯାଉଥିଲେ । ଶୁକ୍ରବାର ସକାଳୁ ତାରିଣୀ ଦର୍ଶନ କରି ପୁରୀ ଅଭିମୁଖେ ଯିବାର ଯୋଜନା ରହିଥିଲା । ହେଲେ ତାରିଣୀ ପୀଠ ଠାରୁ ଅଳ୍ପ ଦୂରରେ ରାସ୍ତାରେ ଅଟକି ରହିଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ସେମାନଙ୍କ ଟ୍ରାଭେଲର । ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ମଦନଙ୍କ ବାପା, ଭଉଣୀ, ଭିଣୋଇ ଓ ଭଣଜାଙ୍କର ମୃତ୍ୟୁ ହୋଇଛି । ସେହିପରି ଆକାଶଙ୍କ ମାଆ ଓ ପତ୍ନୀଙ୍କର ମଧ୍ୟ ଜୀବନ ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login