ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଦିଲ୍ଲୀ ସରକାର ବିଜୁଳି ସବସିଡିକୁ ନେଇ ବଡ଼ ଘୋଷଣା କରିଛି । ଶକ୍ତି ମନ୍ତ୍ରୀ ଆତିଶୀ ଭରଦ୍ୱାଜ ଶୁକ୍ରବାର ଏନେଇ ସୂଚନା ଦେବା ସହ କହିଛନ୍ତି, ଆଜିଠୁ ଦିଲ୍ଲୀ ଜନସାଧାରଣଙ୍କୁ ଦିଆଯାଉଥିବା ସବସିଡି ବିଜୁଳି ବନ୍ଦ କରିଦିଆଯିବ । ମାଗଣା ବିଜୁଳି ସବସିଡି ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଛି ଆପ୍ ସରକାର । ଏହାଦ୍ୱାରା ୪୬ ଲକ୍ଷ ବିଜୁଳି ଉପଭୋକ୍ତା ପ୍ରଭାବିତ ହେବେ । ଆତିଶୀ ଏହାର କାରଣ ସମ୍ପର୍କରେ କହିଛନ୍ତି ଯେ, ଫ୍ରୀ ବିଜୁଳି ସବସିଡି ବନ୍ଦ କରିଦିଆଯାଇଛି କାରଣ ଆମ ଆଦମୀ ପାର୍ଟି ସରକାର ଆଗାମୀ ବର୍ଷ ପାଇଁ ସବସିଡି ଜାରି ରଖିବା ପାଇଁ ନିର୍ଣ୍ଣୟ କରିଛି, କିନ୍ତୁ ସେହି ଫାଇଲ୍ ଦିଲ୍ଲୀ ଏଲଜିଙ୍କ ପାଖରେ ପଡ଼ିରହିଛି ଏବଂ ଯେପର୍ୟ୍ୟନ୍ତ ସୁଦ୍ଧା ଫାଇଲକୁ ମଞ୍ଜୁରୀ ନମିଳିଛି ସେପର୍ୟ୍ୟନ୍ତ ସୁଦ୍ଧା ସରକାର ସବସିଡି ବିଲ୍ ଜାରି କରିପାରିବେ ନାହିଁ ।
ଆପ୍ ର ଏହି ନିଷ୍ପତ୍ତି ଦିଲ୍ଲୀର ଜନତାଙ୍କ ପାଇଁ କୌଣସି ବଡ଼ ଝଟକାଠାରୁ କମ୍ ନୁହେଁ । ଦିଲ୍ଲୀରେ ମାଗଣା ବିଜୁଳି ସବସିଡିକୁ ନେଇ ମନ୍ତ୍ରୀ ଆତିଶୀଙ୍କ ବୟାନ ଉପରେ ଦିଲ୍ଲୀ ଏଲଜିଙ୍କ କାର୍ୟ୍ୟାଳୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଦିଆଯାଇଛି । ରାଜଭବନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଶକ୍ତି ମନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଉଛି ଯେ ଏଲଜିଙ୍କ ବିରୋଧରେ ଅନାବଶ୍ୟକ ରାଜନୀତି ଏବଂ ଭିତ୍ତିହୀନ ଅଭିଯୋଗ ନକରନ୍ତୁ ।
କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ଆଜିଠୁ ବନ୍ଦ ହୋଇଯିବ ମାଗଣା ବିଜୁଳି ସବସିଡି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











