ନୂଆଦିଲ୍ଲୀ : କୁହୁଡି ଯୋଗୁଁ ନୋଏଡା ପ୍ରଶାସନ ଆଡଭାଇଜରି ଜାରି କରିଛି । କୁହୁଡି ଯୋଗୁଁ ସୁରକ୍ଷିତ ଯାତ୍ରା କରିବା ପାଇଁ ଗାଡ଼ି ଚାଳକଙ୍କୁ ମ୍ୟୁଜିକ ସିଷ୍ଟମ ବନ୍ଦ ରଖିବା ସହିତ ଧୀର ଗତିରେ ଗାଡି ଚଲାଇବା ପାଇଁ କୁହାଯାଇଛି । ପରିବହନ ଅଧିକାରୀ ଉଦିତ ନାରାୟଣ ପାଣ୍ଡେ କହିଛନ୍ତି, ଥଣ୍ଡା ଯୋଗୁଁ କୁହୁଡି ହେଉଥିବାରୁ ରାସ୍ତାରେ ଗାଡ଼ି ଚଲାଇବା କଷ୍ଟର ହୋଇପଡିଛି । ଏଥିପାଇଁ ଦୁର୍ଘଟଣରା ଆଶଙ୍କା ବଢିଚାଲିଛି । ଯଦି ଚାଳକ କିଛି ସରଳ ଏବଂ ଆବଶ୍ୟକୀୟ ସାବଧାନତା ପାଳନ କରନ୍ତି, ତେବେ କିଛି ମାତ୍ରାରେ ଦୁର୍ଘଟଣାରୁ ରକ୍ଷା ପାଇପାରିବେ । କୁହୁଡି ସମୟରେ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ପାଇଁ ତରତର ହୁଅନ୍ତୁ ନାହିଁ । ଧୀରେ ଗାଡି ଚଲାନ୍ତୁ, ସତର୍କ ରୁହନ୍ତୁ । ଘନ କୁହୁଡି ଯୋଗୁଁ ଭିଜିବିଲିଟି କମ୍ ରହୁଥିବା ଦୁର୍ଘଟଣା ବିପଦ ଅଧିକ ରହିଥାଏ । ଗାଡ଼ି ଚଲାଇବା ବେଳେ ମ୍ୟୁଜିକ ସିଷ୍ଟମ ବନ୍ଦ ରଖନ୍ତୁ । ଏସି ପରିବର୍ତ୍ତେ ହାଲୁକା ଭାବେ ହିଟର ବ୍ୟବହାର କରନ୍ତୁ ଏବଂ ଭିଜିବିଲିଟି ପାଇଁ କାର୍ କାଚ ଅଳ୍ପ ଖୋଲା ରଖନ୍ତୁ ।
କୁହୁଡି ପାଇଁ ନୋଏଡାରେ ଡ୍ରାଇଭିଂ ଆଡଭାଇଜରି ଜାରି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











