The Ultimate Managed Hosting Platform
ADVERTISEMENT

କୁସ୍ତି ସଂଘ ନିର୍ବାଚନ ଉପରେ ଲାଗିଲା ରୋକ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ସଂଘ ନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି ଖେଳ ମନ୍ତ୍ରଣାଳୟ । ଆଗାମୀ ମାସରେ ହେବାକୁ ଥିବା ନିର୍ବାଚନ ଉପରେ ଆଜି ନିଷ୍ପତ୍ତି ନିଆଯାଇଛି । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂ ଏବଂ ଅନ୍ୟ କୋଚ୍ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଅଭିଯୋଗରେ ମହିଳା କୁସ୍ତିଯୋଦ୍ଧାମାନେ ଗତକାଲି ରାତିରୁ ଯନ୍ତରମନ୍ତର ନିକଟରେ ଧାରଣାରେ ବସିଛନ୍ତି । ଖେଳ ମନ୍ତ୍ରଣାଳୟ କହିଛି କି, ଭାରତୀୟ ଅଲମ୍ପିକ୍ସ ସଂଘ ଏକ ଆଡହକ୍ କମିଟି ଗଠନ କରିଛି। ଏହି କମିଟି ୪୫ ଦିନ ଭିତରେ କୁସ୍ତି ମହାସଂଘର ନିର୍ବାଚନ କରିବ । ଏହି କମିଟି ଖେଳାଳିଙ୍କ ଚୟନ ମଧ୍ୟ କରିବ ଏବଂ ଫେଡେରେସନର ପ୍ରତିଦିନର କାର୍ୟ୍ୟ ମଧ୍ୟ ତଦାରଖ କରିବ । ସୂଚନାଯୋଗ୍ୟ, ଏହାର ୩ ମାସ ପୂର୍ବରୁ ମଧ୍ୟ ସେମାନେ ସେଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। କିନ୍ତୁ ଜଣେ ନେତା ତାଙ୍କୁ ଆସନ ଛାଡିବାକୁ ଅନୁରୋଧ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login