ନୂଆଦିଲ୍ଲୀ : ଆଜି ଦିଲ୍ଲୀ ପୋଲିସ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବୟାନ ରେକର୍ଡ କରିଛି। ଏହା ସହିତ ପୋଲିସ ତାଙ୍କଠାରୁ କିଛି ଦସ୍ତାବିଜ୍ ମଧ୍ୟ ମାଗିଛି। ଦିଲ୍ଲୀର ଯନ୍ତର ମନ୍ତରଠାରେ ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ସିଂଙ୍କ ବୟାନ ରେକର୍ଡ କରିଛି। ଦିଲ୍ଲୀ ପୋଲିସର କହିବା ହେଲା, ପଚରାଉଚରା ବେଳେ କୁସ୍ତି ମହାସଂଘ ଅଧ୍ୟକ୍ଷ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଘଟଣାର ତଦନ୍ତ ପାଇଁ ପୋଲିସର ଏକ ୬ ଜଣିଆ ଏସ୍ଆଇଟି ଟିମ୍ ଗଠନ କରାଯାଇଛି, ଯେଉଁଥିରେ ୪ ମହିଳା ପୋଲିସ ଅଧିକାରୀ ଅଛନ୍ତି। ଏହା ସହିତ ମହିଳା ଡିସିପିଙ୍କ ଅଧୀନରେ ୧୦ ଜଣ ପୋଲିସ କର୍ମୀଙ୍କର ଏକ ଟିମ୍ ମଧ୍ୟ ଗଠନ କରାଯାଇଛି। ବ୍ରିଜଭୂଷଣ ଶରଣ ସିଂଙ୍କ ସହ କୁସ୍ତି ମହାସଂଘର ସହାୟକ ସଚିବ ବିନୋଦ ତୋମାରଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି। ଦିଲ୍ଲୀ ପୋଲିସର ଏଫଆଇଆରରେ ବିନୋଦ ତୋମାର ଅଭିଯୁକ୍ତ ଅଛନ୍ତି। ବ୍ରିଜଭୂଷଣଙ୍କର ପୂର୍ବରୁ ଦୁଇଥର ବୟାନ ରେକର୍ଡ କରାଯାଇଛି, ଏବେ ଆହୁରି ଅଧିକ ରେକର୍ଡ କରାଯିବ।
କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











