The Ultimate Managed Hosting Platform
ADVERTISEMENT

କୁସ୍ତିଯୋଦ୍ଧାଙ୍କ ସହିତ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧି

Facebook
Twitter
LinkedIn

ନୂଆଦିଲ୍ଲୀ : କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ସାମିଲ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଏଥିପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ପାଖରେ ପହଞ୍ଚିଛନ୍ତି ପ୍ରିୟଙ୍କା । କୁସ୍ତିଯୋଦ୍ଧା ଦେଉଥିବା ଧାରଣାରେ ସାଙ୍ଗ ହୋଇ ବସିଛନ୍ତି ପ୍ରିୟଙ୍କା। କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜ ଭୂଷଣ ସିଂଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରେଜିଷ୍ଟ୍ରର ହୋଇଛି। ପ୍ରିୟଙ୍କାଙ୍କୁ ଖେଳାଳିମାନେ ସେମାନଙ୍କ ସମସ୍ୟା ବିଷୟରେ କହିଥିଲେ।
ଭାରତୀୟ ରେସଲିଂ ଫେଡେରେଶନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୈ÷ାନ ଶୋଷଣ ମାମଲାରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଏକ ପିଟିସନର ଶୁଣାଣି କରାଯାଇଥିଲା। ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ୭ ଜଣ ମହିଳା କୁସ୍ତି ଯୈ÷ାନ ନିର୍ୟାତନା ଅଭିଯୋଗରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଶୁକ୍ରବାର ଦିନ ଏଫଆଇଆର ପଞ୍ଜିକରଣ କରିବାକୁ ନିଷ୍ପତ୍ତି ନେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login