ନୀଳଗିରି : କୁଳଡିହା ଅଭୟାରଣ୍ୟରେ ଆଜିଠୁ ବାଘ ଗଣନା । ବାଘ ଗଣନା ପାଇଁ ୧୭ଟି ଟିମରେ ୭୦ରୁ ଉଦ୍ଧ୍ୱର୍ ବନ କର୍ମଚାରୀ ନିୟୋଜିତ । ଆଜିଠୁ ୭ ଦିନ ଧରି କୁଳଡିହାରେ ଚାଲିବ ବାଘ ଗଣନା । ୭ହଜାର ୨ ୭୫ ବର୍ଗ କିଲୋମିଟର ପରିମିତ ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ଏହି ଜଙ୍ଗଲରେ କଲରାପତରିଆ, ହେଟା ବାଘ ଥିବାବେଳେ ଗତବର୍ଷ ଶିମିଳିପାଳରୁ ଏକ ମହାବାଳବାଘ ଆସି ବେଶ କିଛିଦିନ ରହିଥିଲା ।ଆଜି ବନବିଭାଗର ଟିମ କୁଳଡିହା ଅଭୟାରଣ୍ୟର ଚାରିପଟୁ ଘଞ୍ଚଜଙ୍ଗଲ ଭିତରକୁ ପଶିଛନ୍ତି । ପୂର୍ବରୁ ବାଘ ଗଣନା ପାଇଁ ପ୍ଲାଷ୍ଟର ପ୍ୟାରିସ ବ୍ୟବହାର ହୋଇଥିଲା । ଚଳିତ ବର୍ଷ ଟ୍ରାପ କ୍ୟାମେରା ମାଧ୍ୟମରେ ବାଘକୁ ଚିହ୍ନଟ କରାଯିବ। ୧୭ ଟି ସ୍ଥାନରେ ଟ୍ରାପ କ୍ୟାମେରା ଲଗାଯାଇଛି ।
Views: 44











