The Ultimate Managed Hosting Platform
ADVERTISEMENT

କୁଲଗ୍ରାମରୁ ସେନା ଯବାନ ନିଖୋଜ, କାର୍ ନିକଟରେ ପଡିଛି ରକ୍ତଛିଟା

Facebook
Twitter
LinkedIn

ନୂଆଦିଲ୍ଲୀ : ସେନା ଯବାନଙ୍କୁ ଅପହରଣ । ଜମ୍ମୁ କଶ୍ମୀରର କୁଲଗ୍ରାମରେ କରାଯାଇଥିବା ଖବର ମିଳିଛି । ଶନିବାର ଠାରୁ ଯବାନ ଜଣକ ନିଖୋଜ । ଯବାନ ଜଣକ ଘରୁ ନେଇ ଯାଇଥିବା କାର ମିଳିଛି । କାରରେ ରକ୍ତଛିଟା ଲାଗିଛି । ଯବାନ ନିଖୋଜ ହେବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଭାରତୀୟ ସେନାରେ ୨୫ ବର୍ଷୀୟ ଯବାନ ଜାୱେଦ୍ ଅହମଦ୍ ୱାନି ଲେହରେ ନିଯୁକ୍ତ ଥିଲେ । ଶନିବାର ରାତି ୮ଟାରୁ ସେ ନିଖୋଜ ହୋଇଯାଇଛନ୍ତି। କାର ନେଇ୍ ଯବାନ ଜଣକ ଘର ପାଇଁ କିଛି ଜିନିଷ ଆଣିବାକୁ ଯାଇଥିଲେ । ବିଳମ୍ବ ଯାଏଁ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଆଖପାଖ ଅଞ୍ଚଳ ଓ କେତେକ ଗାଁରେ ଖୋଜାଖୋଜି କରିଥିଲେ। ଖୋଜାଖୋଜି ବେଳେ ପାରାନହାଲ୍ ଗାଁରେ ଠାବ କରାଯାଇଥିବା ତାଙ୍କ କାର୍ ପାଖରେ ସେ ପିନ୍ଧୁଥିବା ହଳେ ଚପଲ ଓ ରକ୍ତଛିଟା ଦେଖାଯାଇଥିଲା। ତେଣୁ ସେ ଅପହରଣ ହୋଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login