The Ultimate Managed Hosting Platform
ADVERTISEMENT

କୁମାର ପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ; ଆଞ୍ଜୁଳା ଟେକିବାକୁ ନେଇ ଦ୍ୱନ୍ଦ

Facebook
Twitter
LinkedIn

ଭୁବନେଶ୍ୱର :ଆଶ୍ୱିନ ପୂର୍ଣ୍ଣମୀ, କୁମଦି ପୂର୍ଣ୍ଣମୀ ରେ ହେଉଛି ଚନ୍ଦ୍ର ଗ୍ରହଣ । ଗ୍ରହଣ ସ୍ପର୍ଶ କରିବାର ସମୟ ୧.୫.୨୩ ସେକେଣ୍ଡ । ଗ୍ରହଣ ମଧ୍ୟ ସମୟ ୧.୪୪.୩ ସେକେଣ୍ଡ । ଗ୍ରହଣ ମୋକ୍ଷ ସମୟ ରାତି ୨.୨୨.୩୮ ସେକେଣ୍ଡ । ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ଅପରାହ୍ନ ୪.୫ ମିନିଟରେ ପାକ ତ୍ୟାଗ କରିବେ । ତେଣୁ ସକାଳୁ ଆପଣ ପୂଜା କରିପାରିବେ । କୁମାର ପୂର୍ଣ୍ଣିମା ପବିତ୍ର ଦିନ ହୋଇଥିବା ବେଳେ ଏହି ଦିନ ମା ଲକ୍ଷ୍ମୀଙ୍କ ଜନ୍ମ ଦିନ । ଅନ୍ୟପଟେ ଗ୍ରହଣ ଦିନ ମାଙ୍କ ନାମ ଜପ କଲେ ଅନେକ ଶୁଭ ହୋଇଥାଏ । କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଚନ୍ଦ୍ରପୂଜା ଓ ଆଂଜୁଳା ଟେକିବାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । କୁଆଁରୀ ଝିଅମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି । ଗୁଆ, ଖଇ, ଫଳ ଓ ଫୁଲ ଆଦିରେ ଆଞ୍ଜୁଳି ଟେକି ସୂର୍ୟ୍ୟଙ୍କୁ ପୂଜା କରନ୍ତି । ସଞ୍ଜ ହେଲେ ତୁଳସୀ ଚଉରା ମୁଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି । ଜହ୍ନ ଉଇଁଲେ ଜହ୍ନି ଫୁଲ, ଫଳ ଓ ଖଇ ଆଦି ଆଞ୍ଜୁଳି ଟେକନ୍ତି । ତେଣୁ ଏହି ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ପୂଜାବିଧି ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ସେପଟେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ । ଏହା ଶ୍ରୀମନ୍ଦିରର ସ୍ୱତନ୍ତ୍ରତା । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login