The Ultimate Managed Hosting Platform
ADVERTISEMENT

କୁଡୁମୁଲୁଗୁମା ମହବିଦ୍ୟାଲୟରେ ବିଶ୍ଵ ଏଡସ୍ ଦିବସ ପାଳିତ

Facebook
Twitter
LinkedIn

ମାଲକାନଗିରି ଜିଲାର କୁଡୁମୁଲୁଗୁମା ଠାରେ ଥିବା ଡି଼.ଏମ.ଡିଗ୍ରୀ ମହାବିଦ୍ୟାଳୟରେ ଭାରତୀୟ ଯୁବ ରେଡ ‌‌‌‌‌କ୍ରସ୍ ଓ ଜାତୀୟ ସେବା ଯୋଜନା ର ମିଳିତ ଉଦ୍ୟମ ରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଇଛି | ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ସଭାପତିତ୍ୱ କରିଥିଲାବେଳେ ଏଥିରେ ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରିଦେବି ପରିଡା ,ଇଂରାଜୀ ଅଧ୍ୟାପକ ବିଶ୍ୱଜିତ୍ ମହାନ୍ତି, ଇତିହାସ ଵିଭାଗର ଅଧ୍ୟାପିକା ଆଭିନା ବେହେରା,ଓଡିଆ ବିଭାଗର ସଞିତା ଖୋସ୍ଲା ଉପସ୍ଥିତ ଥିଲେ | ରାଜନୀତି ବିଭାଗର ଅଧ୍ୟାପକ ତଥା ଯୁବ ରେଡ ‌‌‌‌‌କ୍ରସ୍ ର ପରାମର୍ଶଦାତା ଜନ୍ କୋରା ସମସ୍ତ କର୍ଜ୍ୟକ୍ରମ ପରିଚାଳନା କରିଥିଲେ | ତତ୍ ସଙ୍ଗେ କୁଦୁମୁଲୁଗୁମା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ମୁଖ୍ୟ ଅଧିକାରି ଡ.ସନ୍ତୋଷ କୁମାର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ | ତଥା ତାଙ୍କ ସହକର୍ମି ଫାର୍ମାସିଷ୍ଟ ସଞ୍ଜୟ କୁମାର ପୃଷ୍ଠି ,ଏସ଼.ଟି.ସି ରଞ୍ଜନ କୁମାର ନାୟକ ମଧ୍ୟ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଡକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀ ମହୋଦୟ ଛାତ୍ରୀଛାତ୍ରଙ୍କୁ ଏଡସ୍ ମାରାତ୍ମକ ରୋଗର ଲକ୍ଷଣ ଏବଂ ତାର ପ୍ରତିକାର ବ୍ୟବସ୍ଥା ଓ ରକ୍ତଦାନ ର ମହତ୍ବ ଉପରେ ମଧ୍ୟ ଅବଗତ କରାଇଥିଲେ | ଶେଷରେ ଓଡ଼ିଆ ଅଧ୍ୟାପିକା ତଥା ଜାତୀୟ ସେବା ଯୋଜନାର ଅଧିକାରୀ ସଞ୍ଜିତା ଖୋସ୍ଲା ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ | ତତ୍ ସଙ୍ଗେ ସମସ୍ତ ଛାତ୍ରୀଛାତ୍ରଙ୍କୁ ଏହି ରୋଗ ର ସଚେତନତା ବାର୍ତ୍ତା ନେଇ ଗ୍ରାମ ରେ ରାଲି କରିଥିଲେ |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login