ଭୁବନେଶ୍ୱର : ଏଣିକି ଘରେ କୁକୁର ପାଳିବା ହୋଇଗଲା ମହଙ୍ଗା । କାରଣ କୁକୁର ପାଳିଲେ ପଇସା ଗଣିବେ । ଏବେ ରାଜଧାନୀରେ କୁକୁର ବେପାର ଉପରେ କଟକଣା ଲଗାଇଛି ବିଏମସି । ବିଏମସିର କଡା ନିୟମ କୁକୁର ପାଳିବାକୁ ହେଲେ ବିଏସିର ଅନୁମତି ନେବାକୁ ପଡିବ । ଏ ସଂକ୍ରାନ୍ତରେ ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ପୋଷା କୁକୁର ରଖିବା ପାଇଁ ଲୋକଙ୍କୁ ଏବେ ୫୦୦ ଟଙ୍କା ଦେଇ ବିଏମସିରେ ପଞ୍ଜିକରଣ କରିବାକୁ ପଡିବ । କୁକୁର ଯଦି ବାଟଘାଟରେ ମଳତ୍ୟାଗ ପରେ ମାଲିକଙ୍କୁ ମଳ ପୋଛିବାକୁ ପଡିବ । ୪ ମାସରୁ କମ ବୟସର କୁକୁର ରଖିପାରିବେନି ଲୋକେ । ତେବେ ଏ ସମ୍ପର୍କୀତ ନିୟମ ନମାନିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଆବଶ୍ୟକ ସ୍ଥଳେ ମାଲିକଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ନିୟମ ଅନୁଯାୟୀ, ପୋଷା କୁକୁରକୁ ବ୍ୟବସାୟି କାର୍ୟ୍ୟରେ ମଧ୍ୟ ଲଗାଇହେବ ନାହିଁ । ପ୍ରତେ୍ୟକ ବର୍ଷ ଏପ୍ରିଲ ୧ ତାରିଖରେ କୁକୁରମାନଙ୍କର ପଞ୍ଜିକରଣ ହେବ । ଏଥିପାଇଁ ୫୦୦ ଟଙ୍କା ଦେବାକୁ ପଡିବ । ଏହା ବର୍ଷଟେ ପାଇଁ ଲାଗୁ ହେବ । ବର୍ଷଟେ ପରେ ପୁଣି ୨୦୦ ଟଙ୍କା ନେଇ ଲାଇସେନ୍ସ ନବୀରକଣ କରିବାକୁ ପଡିବ ।
କୁକୁର ପାଳିଲେ ପଇସା ଗଣିବେ , ବାଟରେ ମଳତ୍ୟାଗ କଲେ ମାଲିକ ପୋଛିବେ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...