May 13, 2024 11:30 am

The Ultimate Managed Hosting Platform
ADVERTISEMENT

କୁକି ଉଗ୍ରବାଦୀ ଆକ୍ରମଣ ; ୨ ଯବାନ ସହିଦ

Facebook
Twitter
LinkedIn

ମଣିପୁର : କୁକି ଉଗ୍ରବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ । ବିଷ୍ଣୁପୁର ଜିଲ୍ଲା ନାରନସେନରେ ୨ ସିଆରପିଏଫ ଯବାନ ସହିଦ । କୁକି ଉଗ୍ରବାଦୀଙ୍କ ଆକ୍ର୍ରମଣରେ ଦୁଇ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ବିଳମ୍ବିତ ରାତିରେ ହୋଇଛି ଏହି ଆକ୍ରମଣ । ସହିଦ ହୋଇଥିବା ଦୁଇ ଜଣ ଯବାନ ବିଷ୍ଣୁପୁର ଜିଲ୍ଲାରେ ମୁତୟନ ହୋଇଥିବା ସିଆରପିଏଫ୍ ୧୨୮ ବାଟାଲିଅନର ହୋଇଥିବା ଜଣାପଡ଼ିଛି । ରାତିରେ ଆମ୍ବୁସ କରି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଉଗ୍ରବାଦୀ । ରାତି ପ୍ରାୟା ୨ଟା ୧୫ ଯାଏ ଯବାନ ଓ ଉଗ୍ରବାଦୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା । ଏହା ପୂର୍ବରୁ ୩ ଜିଲ୍ଲାରେ ଗୁଳିକାଣ୍ଡ ହୋଇଥିଲା । ଉଗ୍ରବାଦୀମାନେ ପରସ୍ପରକୁ ଗୁଳି କରିବା ଦ୍ୱାରା ୨ ଉଗ୍ରବାଦୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହି ଘଟଣା ପରେ ଏବେ ପୁଣି ଥରେ ପୂର୍ବ ମଣିପୁରରେ ହିଂସାକାଣ୍ଡ ବ୍ୟାପିବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ADVERTISEMENT

Login