ଭୁବନେଶ୍ବର: ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଜାଭଲିନ ଥ୍ରୋ ଫାଇନାଲିଷ୍ଟ ତଥା ଓଡ଼ିଶା ଖେଳାଳି କିଶୋର କୁମାର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରସ୍କାର ଘୋଷଣା । ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ପ୍ରଥମ ଓଡ଼ିଆ ଜାଭଲିନ ଖେଳାଳି ଭାବେ କିଶୋର ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପଦାର୍ପଣରେ ଚମକି ଥିଲେ ଓଡ଼ିଶାର ଏହି ତାରକା ଖେଳାଳି । ଗୋଲଡେନ ବୟ ନୀରଜ ଚୋପ୍ରା ଏବଂ ଡିପି ମନୁଙ୍କ ସହ କିଶୋର ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୭୭ ମିଟର ଥ୍ରୋ କରିଥିଲେ ମଧ୍ୟ କିଶୋର ମେଡାଲ ତାଲିକାରୁ ବାଦ ପଡ଼ି ୫ମ ସ୍ଥାନରେ ରହିଥିଲେ ।
Views: 98











