ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦରମହକୁମାଠାରେ କିଟ-କିସ ପକ୍ଷରୁ “ସମସ୍ତଙ୍କ ପାଇଁ ଶିକ୍ଷା” ଲକ୍ଷ୍ୟ ନେଇ ସ୍ଥାନୀୟ କଲେଜ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ୟ୍ୟନ୍ତ ଏକ ଗଣଦୌଡ଼ କରା ଯାଇଥିଲା । କଲେଜ ଛକ ଠାରେ ଏହି ଗଣଦୌଡ଼କୁ ପତାକା ହଲାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଓ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ଉଦଘାଟନ କରିଥିଲେ । ଶିକ୍ଷା ପିଲାମାନଙ୍କ ପାଇଁ ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ପରେ ଗଣଦୌଡ଼ କଲେଜ ଛକ ଠାରୁ ସହର ପରିକ୍ରମା କରି ଜିଲ୍ଲା ପାଳଙ୍କ କାର୍ଯ୍ୟଳୟ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇ ପିଲାମାନଙ୍କୁ ଶିକ୍ଷାର ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ନାନିତ ଅତିଥିଭାବେ ପୂର୍ବତନ ପୋୖରାଧ୍ୟକ୍ଷ ମଧୁସୂଦନ ସାହୁ ଜିଲ୍ଲା ଆଥଲେଟିକ ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନୀଜୀବୀ ଦୋଳଗୋବିନ୍ଦ ଦାସ ,ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ପ୍ରମୁଖ ଯୋଗଦେଇ କୀଟ କିସ ଦ୍ୱାରା ଆୟୋଜିତ ଏହି ଗଣଦୌଡର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅତିଥୀ ମାନଙ୍କୁ ଶୁଭଙ୍କର ଜେନା ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ସମସ୍ତ ଗଣଦୌଡ଼ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିପିକେଟ ପ୍ରଦାନ କରାଯାଇଥିଲା ।
କିଟ ଓ କିସ ପକ୍ଷରୁ “ସମସ୍ତଙ୍କ ପାଇଁ ଶିକ୍ଷା” ଲକ୍ଷ୍ୟ ନେଇ ଗଣଦୌଡ଼
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











