ଭୁବନେଶ୍ୱର : ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ମନମୋହନ କହିଛନ୍ତି, ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ । କାହାକୁ ଆମେ ସମର୍ଥନ ମାଗି ନାହୁଁ । ବିଜେପି ରାଜ୍ୟସଭା ଲଢ଼ିବ ଏବଂ ଜିତିବ । ପଲିଟିକାଲ ସିନାରିଓରେ ଆମେ ଜିତିବୁ । ଏହାସହ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ଦେବା ପରେ ମେଣ୍ଟ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ମନମୋହନ କହିଛନ୍ତି, କୌଣସି ମେଣ୍ଟ ହେବ ନାହିଁ । ବିଜେପି ଏକାକୀ ଲଢ଼ିବ । ସମର୍ଥନ କିଏ ଦବ ନ ଦେବ ତାହା ତାଙ୍କର ଦଳୀୟ କଥା । ମେଣ୍ଟ କଥା ସେଥିରେ କେଉଁଠୁ ଆସିଲା ? ସମର୍ଥନ ଆମେ ମାଗିନୁ, କିଏ ସମର୍ଥନ ଦେବ ଆମେ କଣ ମନା କରିବୁ । ସେମାନଙ୍କୁ ପଚାରନ୍ତୁ, ସେମାନେ କାହିଁକି ସମର୍ଥନ ଦେଲେ । ଆମେ ତ ସମର୍ଥନ ମାଗି ନାହୁଁ । କାହାରି ସମର୍ଥନ ଆମେ ଲୋଡ଼ିନୁ ବିଜେପି ଏକାକୀ ଲଢ଼ିବ । ଯଦି କାହାର ଲଢ଼ିବାର ଅଛି, ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରନ୍ତୁ ଏବଂ ଲଢନ୍ତୁ । ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ନିର୍ବାଚନରେ କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ କର୍ମୀ ମୈଦାନକୁ ଓହ୍ଲାଇ ପଡିଲେଣି । ଲୋକେ ଚାହୁଁଛନ୍ତି ବିଜେପି ସରକାର କରିବ ।
କାହାକୁ ସମର୍ଥନ ମାଗିନୁ-ମନମୋହନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











