ବେଙ୍ଗାଲୁର : ରିଲସ ବନାଉଥିବା ବେଳେ ୧୩ ମହଲା କୋଠାରୁ ଖସିଗଲା ଗୋଡ । ଅକାଳରେ ଚାଲିଗଲା ଯୁବତୀଙ୍କ ଜୀବନ । ମୃତ ଯୁବତୀ ହେଲେ ନନ୍ଦିନୀ । ଯିଏ କି ବେଙ୍ଗାଲୁରୁ ସପିଙ୍ଗ ମଲରେ କାମ କରୁଥିଲେ ବୋଲି ସ୍ପଷ୍ଟ କରିଛି ପୋଲିସ ।ସୂଚନାନୁଯାୟୀ, ତାଙ୍କର ୨ ଜଣ ପୁଅ ଏବଂ ଜଣେ ଝିଅ ସାଙ୍ଗଙ୍କ ସହିତ ମିଶି ବିଳମ୍ବିତ ରାତିରେ ୧୩ ମହଲା କୋଠାରେ ପାର୍ଟି କରୁଥିଲେ । ଲେଟ୍ ନାଇଟ୍ ପାର୍ଟିରେ ବୟଫ୍ରେଣ୍ଡ ସହିତ ଝଗଡା ହେବା ପରେ ଯୁବତୀ ଜଣକ ସ୍ୟାଡ୍ ରିଲ ବନାଉଥିଲେ । ଏହାରି ମଧ୍ୟରେ ଗୋଡ଼ ଖସି ତାଙ୍କର ମୃତ୍ୟୁ ଘଟିଥିଲା ।ଏହି ଘଟଣା ପରେ ତାଙ୍କ ପୁଅ ସାଙ୍ଗମାନେ ସେହି ସ୍ଥାନରୁ ପଳାଇଥିଲେ । କିନ୍ତୁ ତାଙ୍କର ଝିଅ ସାଙ୍ଗ ରହି ୧୧୨ନମ୍ବରରେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ମୃତ ଯୁବତୀଙ୍କ ଫୋନରୁ ଏପର୍ୟ୍ୟନ୍ତ କୌଣସି ସେଭଳି କିଛି ରିଲସ୍ ଭିଡିଓ ପୋଲିସ ସାମ୍ନାକୁ ଆସିନାହିଁ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।
Views: 17