The Ultimate Managed Hosting Platform
ADVERTISEMENT

କାଳ ସାଜିଲା କରମଣ୍ଡଳ ଏକ୍ସପ୍ରେସ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରସେନ୍

Facebook
Twitter
LinkedIn

ବାଲେଶ୍ୱର: ଶୁଭୁଛି କେବଳ ଚିକ୍ରାର । ଖାଲି ଡାକ ଛାଡୁଛନ୍ତି ବଞ୍ଚାଅ ବଞ୍ଚାଅ । କାହାକୁ ବା କେତେ ଜଲ୍ଦୀ ନେଇ ହସ୍ପିଟାଲରେ ପହଁଚାଇ ହେବ ସେହି କାମରେ ଲାଗିପଡିଛନ୍ତି ସ୍ଥାନୀୟ ଲୋକେ , ପ୍ରଶାସନ ଓ ଆତ୍ମୀୟ ସ୍ୱଜନ । କାହାର ପୁଅ , ଝିଅ , ଭାଇ , ଭାଉଣୀ ଯେଉଁ ମାନେ ବି ଏହି ଟ୍ରେନରେ ରହିଥିଲେ ସମସ୍ତଙ୍କ ଆଖିରେ ରହିଛି ଲୁହ ଛାତିରେ ରହିଛି କୋହ । ଭୟଙ୍କର ଓ ଛାତିଥରା ଦୁର୍ଘଟଣା । ଚଳିତ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଟ୍ରାଜେଡି । ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଦୁଇଟି ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍ ଧକ୍କାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୩ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ପ୍ରାୟ ୯ଶହ । ଆଗକୁ ଅଧିକ ବଢ଼ିପାରେ ମୃତ୍ୟୁସଂଖ୍ୟା । ୩ ଶହ ବି ଛୁଇଁପାରେ । ଏବେ ଦୁର୍ଘଟଣା ସ୍ଥଳରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରସେନ୍ । ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ, ଅଗ୍ନିଶନ ବାହିନୀ, ଏନଡିଆରଏଫ୍ ଓ ସେନା ନିୟୋଜିତ ହୋଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ବଗିରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଗ୍ୟାସ୍ କଟର, ପ୍ଲାଜମା କଟିଂ ମେସିନ୍ ଜରିଆରେ ଦୁର୍ଘଟଣାଗ୍ରସ୍ତ ବଗିକୁ କାଟି ଲୋକଙ୍କୁ ଉଦ୍ଧାର କରାଯାଉଛି । ଦୁର୍ଘଟଣାସ୍ଥଳରେ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ବାଲେଶ୍ୱର, ଭଦ୍ରକର ବିଭିନ୍ନ ହସ୍ପିଟାଲ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଚିକିତ୍ସିତ ହେଉଛନ୍ତି ।
ଗୁରୁତର ଆହତଙ୍କୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଛି । କଟକରେ ୩୪ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ହେଉଛନ୍ତି ରାଜ୍ୟ ବାହାରର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଘଟଣାସ୍ଥଳକୁ ଯିବେ । ଘଟଣାସ୍ଥଳରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଏକ ପ୍ରଶାସନିକ ଟିମ୍ ଉଦ୍ଧାର ଓ ପୁନରୁଦ୍ଧାର କାମର ତଦାରଖ କରୁଛନ୍ତି । ୧୯୮୧ ପରଠୁ ଦେଶରେ ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା ବୋଲି କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login