ପୁରୀ : ଆସନ୍ତାକାଲି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ଏଥିପାଇଁ କାଲି ଦିନ ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ପ୍ରବେଶ ବନ୍ଦ ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ଯାଏଁ କଟକଣା ବଳବତ୍ତର ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ପରେ ଦର୍ଶନ ସ୍ବାଭାବିକ ହେବ । ଆନନ୍ଦବଜାରରୁ ମହାପ୍ରସାଦ ନେଇପାରିବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
Views: 46











