The Ultimate Managed Hosting Platform
ADVERTISEMENT

କାଲି ଗିରଫ , ଆଜି ମୃତ୍ୟୁ

Facebook
Twitter
LinkedIn

କଟକ : ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାରେ ବାଣ ମାଲିକଙ୍କ ମୃତ୍ୟୁ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ବାଣ ମାଲିକ ଭାନୁ ବାଗକୁ କାଲି ଗିରଫ କରିଥିଲା ପଶ୍ଚିମବଙ୍ଗ ପୋଲିସ । ମେଦିନପୁର ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ।
କଟକ ଭାଣପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯାଇଥିବା ରୁ ଅବସ୍ଥା ଗୁରୁତର ରହିଥିଲା। ଗତ ମଙ୍ଗଳବାର ଦିନ ରାତିରେ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। କାଲି ସକାଳେ କଲିକତା କ୍ରାଇମବ୍ରାଞ୍ଚ୍ ର ଏକ ଟିମ୍ ମେଡିକାଲ ଆସି ତାକୁ ଗିରଫ କରିଥିଲା। ତାର ଘର ପୂର୍ବ ମେଦିନୀପୁର ଏଗ୍ରା ଥାନା ଅନ୍ତର୍ଗତ ଖାଦିପୁଲ ବୋଲି କଲିକତା କ୍ରାଇମବ୍ରାଞ୍ଚ୍ କହିଛି।
ଭାନୁ ବାଗ ଓଡ଼ିଶା ପଳାଇ ଆସିଥିବା ନେଇ ପଶ୍ଚିମବଙ୍ଗ ପୋଲିସ ସନ୍ଦେହ କରିଥିଲା ଓ ଏନେଇ କଟକ କମିଶନରେଟ ପୋଲିସକୁ ଜଣାଇଥିଲା। କଟକ ପୋଲିସ ପକ୍ଷରୁ ଏନେଇ ଖୋଳତାଡ଼ କରାଯାଇଥିଲା। କଟକ ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଗତକାଲି ଭାନୁ ବାଗଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଗିରଫ କରିଥିଲା। ତେବେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ସାଙ୍ଗରେ ନେଇ ଯାଇପାରି ନଥିଲା। କାରଣ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଆଉ ଆଜି ତାଙ୍କର ମୃତ୍ୟୁ ଘଟିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login