ନୂଆଦିଲ୍ଲୀ : ଯୁଦ୍ଧ ପ୍୍ରଭାବିତ ଇସ୍ରାଏଲ୍ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ବାଇଡେନ । ଆସନ୍ତାକାଲି ଗସ୍ତ କରିବା ନେଇ ସୂଚନା ଦେଲେ ବୈଦେଶିକ ସଚିବ । ଇସ୍ରାଏଲକୁ ସମର୍ଥନ କରି ଗସ୍ତ କରିବେ ରାଷ୍ଟ୍ରପତି ବାଇଡେନ୍ । ମୁଣ୍ଡଜାମିନଙ୍କ ମୁକ୍ତ ପାଇଁ ଉଦ୍ୟମ କରିବେ କହିଲେ ବ୍ଲିନକେନ । ଗାଜାରେ ମାନବିକ ଅଧିକାର କ୍ଷୁର୍ଣ୍ଣ ନ ହେବାକୁ କହିଛନ୍ତି ବାଇଡେନ । ଇସ୍ରାଏଲ ହମାସ ଆକ୍ରମଣରେ ୩୦ ଆମେରିକୀୟଙ୍କ ମୃତ୍ୟୁ ଘଟିଛି । ଆସନ୍ତାକାଲି ବାଇଡେନ୍ ତେଲଅବିବ ଗସ୍ତ କରିବେ । ଇସ୍ରାଏଲ ସହ ଆମେରିକାର ଏକତାକୁ ନିଶ୍ଚିତ କରିବାକୁ ରାଷ୍ଟ୍ରପତି ବାଇଡେନ ତେଲଅବିବ ଗସ୍ତ କରିବେ । ପୂର୍ବରୁ ଫୋନ୍ ଯୋଗେ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ସେଠିକାର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଗାଜା ଉପରେ ଆକ୍ରମଣ କରିବା ଭୁଲ ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ବାଇଡେନ୍ ।
Views: 76