ପୁରୀ : କାଲିଠୁ ଶ୍ରୀକ୍ଷେତ୍ରରେ ପଞ୍ଚକ ବ୍ରତ ଆରମ୍ଭ । ଆସନ୍ତାକାଲି କାର୍ତ୍ତିକ ମାସର ମହା ପଞ୍ଚକ ବ୍ରତ ଆରମ୍ଭ ହେବାକୁ ଯାଉଛି । ଏଥର ପାଞ୍ଚ ଦିନ ନୁହେଁ ୪ଦିନ ପଞ୍ଚକ ବ୍ରତ ହେବ । ପଞ୍ଚକରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । କେବଳ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରି ଅନ୍ୟ ଦ୍ଵାରରେ ପ୍ରସ୍ଥାନ କରିପାରିବେ। ମାର୍କେଟ ଛକ ନିକଟରୁ ସ୍ୱତନ୍ତ୍ର ବାରିକେଡ କରାଯାଇଛି ।
Views: 41











