ଭୁବନେଶ୍ୱର : କାଲିଠାରୁ ବଢିବ ଶୀତ । ରାଜ୍ୟରେ ବଡ଼ଦିନ ଠାରୁ ଆହୁରି ବଢ଼ିବ ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ । ଉପକୂଳରୁ ଉପାନ୍ତ, ଥରୁଛି ପୂରା ଓଡ଼ିଶା । ଗତ କିଛି ଦିନ ହେଲା କ୍ରମାଗତ ଭାବେ ଶୀତ ଲହରୀ ଜାରି ରହିଛି । ସବୁଠି ଥଣ୍ଡା ସହର କୋରାପୁଟ । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟପଟେ ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ସକାଳ ୮ଟା ପର୍ୟ୍ୟନ୍ତ ରାସ୍ତାଘାଟ ଦୃଶ୍ୟମାନ ହେଉନି ।ନିମ୍ନ ବାୟୁମଣ୍ଡଳ ସ୍ତରରେ ଆର୍ଦ୍ରତାଯୁକ୍ତ ବାୟୁ ସଞ୍ଚାଳନ ବୃଦ୍ଧି ପାଇବା ଯୋଗୁ ଆଗାମୀ ଦିନରେ କୁହୁଡ଼ି ଅଧିକ ଘନିଭୂତ ହୋଇପାରେ ।
Views: 52











