ୟୁପି : ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକରାବାଦ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୯୧ରେ କାର୍ ଏବଂ ମିନିବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଉଭୟ ଗାଡ଼ି ମଧ୍ୟରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଦୁର୍ଘଟଣାରେ ପିଲାମାନଙ୍କ ସମେତ ଚାରି ଜଣ ଜଳିଯାଇଛନ୍ତି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।ଖବର ମୁତାବକ, ସୋମବାର ସକାଳ ପ୍ରାୟ ୬ଟା ସମୟରେ ଅଲିଗଡ଼ ସହରରୁ ପ୍ରାୟ ୨୦-୨୫ କିଲୋମିଟର ଦୂରରେ ଅକରାବାଦ ପୋଲିସ ଷ୍ଟେସନ ଅଧୀନରେ ଥିବା ଜାତୀୟ ରାଜପଥ ନାନଉ ସେତୁ ନିକଟରେ ଦୁର୍ଘଟଣା ଘଟିଥିଲା । ଗାଡ଼ି ଦୁଇଠି ମୁହାଁମୁହିଁ ଧକ୍କା ପରେ ଇନ୍ଧନ ଟାଙ୍କି ଫାଟି ଯାଇଥିଲା । ଯେଉଁଥିପାଇଁ ଗାଡ଼ିରେ ନିଆଁ ଲାଗିଯାଇଥିଲା । ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ଗାଡ଼ି ଭିତରେ ଫସି ରହିଥିବା ଲୋକମାନେ ଖସିଯିବାର ସୁଯୋଗ ପାଇନଥିଲେ । ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 57