ବ୍ରହ୍ମପୁର: କାର ସହ ବାଇକ ଧକ୍କା। ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ। ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ ଓ ତାଙ୍କ ସ୍ତ୍ରୀ କାବୁଲି ପ୍ରଧାନ। ଦୁହେଁ ଝିଅଘରୁ ନିଜ ଗାଁକୁ ବାଇକରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି କାରକୁ ଅଟକ ରଖିବା ସହ ତଦନ୍ତ ଚଳାଇଛି। ଏଣେ ଉଭୟଙ୍କର ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।
Views: 107











