କେରଳ : କାର ସହ ବସ ମୁହାଁ ମୁହିଁ ଧକ୍କା ! ଫଳରେ ୫ ଜଣ ଡାକ୍ତରୀ ଛାତ୍ରଙ୍କର ଚାଲିଗଲା ଜୀବନ ।ଗତକାଲି ବିଳମ୍ବିତ ରାତିରେ କାଲାରକୋଡ୍ ଆଲାପୁଝା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୫ ଡାକ୍ତର ହେଉଛନ୍ତି ଏକ ସରକାରୀ ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର । କାରରେ ଥିବା ୬ ଜଣ ଗୁରୁତର ହୋଇଥିବା ବେଳେ ବସରେ ଥିବା ୧୫ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସୂଚନା ମୁତାବକ,ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ଜାରି ରହିଥିଲା । ଏହି ସମୟରେ ବସଟି ଦ୍ରୁତ ଗତିରେ ଆସି କାର୍ ସହ ଧକ୍କା ହୋଇଥିଲା । ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
Views: 37