ବେଙ୍ଗାଲୁର : କର୍ଣ୍ଣାଟକର ବେଙ୍ଗାଲୁର ନିକଟରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କଣ୍ଟେନର ଟ୍ରକ ଏକ କାର ଉପରେ ଓଲଟି ପଡିଛି । ଗୋଟିଏ ପରିବାରର ଘଟଣାସ୍ଥଳରେ ୬ ଜଣଙ୍କର ଜୀବନ ଚାଲି ଯାଇଛି । ପୋଲିସ କହିଛି ବେଙ୍ଗାଲୁର ଉପକଣ୍ଠ ତାଲେକେରେ ନିକଟ ନେଲମଙ୍ଗଲାରେ ଦୁର୍ଘଟଣାଘଟିଛି । ମୃତକ ହେଲେଚନ୍ଦ୍ରାୟଗପ୍ପାଙ୍କ ପରିବାର ଲୋକ । ଚନ୍ଦ୍ରାୟଗପ୍ପା ଗୈାଲ ଏକ ସପ୍ଟୱେୟାର କମ୍ପାନୀର ସିଇଓ ବୋଲି ପୋଲିସ ସୂଚନା ଦେଇଛି । ଏହି ଦୁର୍ଘଟଣା ଯୋଗୁ ୪୮ ନମ୍ବର ଜାତୀୟ ରାଜପଥରେ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।
Views: 29