ମୟୂରଭଞ୍ଜ : ଗଞ୍ଜେଇ ଚାଲାଣ କରୁଥିବାବେଳେ ମାଡିବସିଲା ପୁଲିସ । କାରରୁ ୧୨୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ ଗଞ୍ଜଇ ଚୋରା ଚାଲାଣ କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଯଶିପୁର ମୁଖ୍ୟ ବଜାର ଛକ ନିକଟରେ ଗାଡ଼ିଟିକୁ ଅଟକାଇଥିଲା ପୁଲିସ । କାରରୁ ପ୍ରାୟ ୧୨୦ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଜବତ ଗଞ୍ଜଇର ଅନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ଆସିଫୁଲ ମଣ୍ଡଳ ଓ ଦୟାଲ ବିଶ୍ୱାସ ।
Views: 65