ଲମତାପୁଟ: କାରରୁ ୯୦ କେଜି ଗଞ୍ଜେଇ ଜବତ । କଡ୍ରି ଗାଁ ନିକଟରେ ଜବତ କଲା ମାଛକୁଣ୍ଡ ପୋଲିସ । ଚଢାଉ ବେଳେ କାର ଛାଡି ଚମ୍ପଟ ମାରିଲେ ଗଞ୍ଜେଇ ମାଫିଆ । ଆନ୍ଧ୍ରରୁ ଜୟପୁରକୁ ଚାଲାଣ ବେଳେ ଚଢାଉ କରିଥିଲା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ତେବେ ପୋଲିସକୁ ଚକମା ଦେଇ ଫେରାର ହେବା ବେଳେ ମାଛକୁଣ୍ଡ ପୋଲିସ ଗଞ୍ଜେଇ ଗାଡ଼ିକୁ ପିଛା କରିଥିଲା । ପୋଲିସକୁ ଦେଖି ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ ମାଫିଆ । କାରରୁ ୫ଟି ଜରି ବ୍ୟାଗରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୋଲିସ ଏନଡିପିଏସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।
Views: 80











