ନୂଆଦିଲ୍ଲୀ : ପୁଣି ଥରେ କାବୁଲରେ ଖୋଲିବ ଭାରତୀୟ ଦୂତାବାସ । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଘୋଷଣା । ତାଲିବାନ ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘୋଷଣା । ଆଫଗାନ ଛାତ୍ର ଓ ଆଫଗାନ କ୍ରିକେଟକୁ ସମର୍ଥନ ପାଇଁ ଭାରତର ପ୍ରତିଶ୍ରୁତି । ଭାରତ ବିରୋଧୀ କାର୍ଯ୍ୟକଳାପକୁ ଅନୁମତି ଦେବୁନୁ କହିଲେ ତାଲିବାନ ଅର୍ଥମନ୍ତ୍ରୀ । ୮ ଦିନିଆ ଭାରତ ଗସ୍ତରେ ଅଛନ୍ତି ତାଲିବାନ ଅର୍ଥମନ୍ତ୍ରୀ । ୨୦୨୧ ମସିହାରେ ଯେତେବେଳେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଫେରିଲା, ସେତେବେଳେ ନୂଆଦିଲ୍ଲୀ, ପରିସ୍ଥିତିକୁ ଦେଖି କାବୁଲରେ ଥିବା ଏହାର ଦୂତାବାସ ବନ୍ଦ କରିଥିଲା। ଏକ ବର୍ଷ ପରେ ବାଣିଜ୍ୟ, ଚିକିତ୍ସା ସହାୟତା ଏବଂ ମାନବିକ ସହାୟତାକୁ ସୁଗମ କରିବା ପାଇଁ ଏକ ଛୋଟ ମିଶନ ଖୋଲିଥିଲା ଭାରତ। ବର୍ତ୍ତମାନ, ଏହି ବୈଷୟିକ ମିଶନକୁ ଭାରତୀୟ ଦୂତାବାସର ମାନ୍ୟତା ଦିଆଯାଇଛି। ତାଲିବାନ ବୈଦେଶିକ ମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ସ୍ୱାଗତ କରି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସେମାନଙ୍କ ଗସ୍ତକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଉନ୍ନତ କରିବା ଏବଂ ସ୍ଥାୟୀ ବନ୍ଧୁତାକୁ ପୁନଃନିର୍ମାଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କହିଛନ୍ତି।
କାବୁଲରେ ଖୋଲିବ ଭାରତୀୟ ଦୂତାବାସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...