ନୂଆଦିଲ୍ଲୀ : ପୁଣି ଥରେ କାବୁଲରେ ଖୋଲିବ ଭାରତୀୟ ଦୂତାବାସ । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଘୋଷଣା । ତାଲିବାନ ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘୋଷଣା । ଆଫଗାନ ଛାତ୍ର ଓ ଆଫଗାନ କ୍ରିକେଟକୁ ସମର୍ଥନ ପାଇଁ ଭାରତର ପ୍ରତିଶ୍ରୁତି । ଭାରତ ବିରୋଧୀ କାର୍ଯ୍ୟକଳାପକୁ ଅନୁମତି ଦେବୁନୁ କହିଲେ ତାଲିବାନ ଅର୍ଥମନ୍ତ୍ରୀ । ୮ ଦିନିଆ ଭାରତ ଗସ୍ତରେ ଅଛନ୍ତି ତାଲିବାନ ଅର୍ଥମନ୍ତ୍ରୀ । ୨୦୨୧ ମସିହାରେ ଯେତେବେଳେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଫେରିଲା, ସେତେବେଳେ ନୂଆଦିଲ୍ଲୀ, ପରିସ୍ଥିତିକୁ ଦେଖି କାବୁଲରେ ଥିବା ଏହାର ଦୂତାବାସ ବନ୍ଦ କରିଥିଲା। ଏକ ବର୍ଷ ପରେ ବାଣିଜ୍ୟ, ଚିକିତ୍ସା ସହାୟତା ଏବଂ ମାନବିକ ସହାୟତାକୁ ସୁଗମ କରିବା ପାଇଁ ଏକ ଛୋଟ ମିଶନ ଖୋଲିଥିଲା ଭାରତ। ବର୍ତ୍ତମାନ, ଏହି ବୈଷୟିକ ମିଶନକୁ ଭାରତୀୟ ଦୂତାବାସର ମାନ୍ୟତା ଦିଆଯାଇଛି। ତାଲିବାନ ବୈଦେଶିକ ମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ସ୍ୱାଗତ କରି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସେମାନଙ୍କ ଗସ୍ତକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଉନ୍ନତ କରିବା ଏବଂ ସ୍ଥାୟୀ ବନ୍ଧୁତାକୁ ପୁନଃନିର୍ମାଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କହିଛନ୍ତି।
କାବୁଲରେ ଖୋଲିବ ଭାରତୀୟ ଦୂତାବାସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











