ଜଳେଶ୍ୱର : ଶୋଇଥିବା ବେଳେ ଘର କାନ୍ଥ ପଡି ଦମ୍ପତି ମୃତ । ବସ୍ତା ଥାନା ମହାଦେବସରାଇ ଗାଁରେ ଘଟିଛି ଅଘଟଣ । ୧୨ ବର୍ଷର ନାବାଳିକା ଝିଅ ଗୁରୁତର ହୋଇଥିବା ବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା କାନ୍ଥ । ଘଟଣାସ୍ଥଳରେ ବସ୍ତା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଯାଇଥିବା ସନ୍ଦେହ କରାଯାଉଛି ।ଶୋଇଥିବାବେଳେ ଚାଲିଗଲା ଜୀବନ। କାନ୍ଥ ଭୁଶୁଡ଼ି ଦମ୍ପତି ମୃତ, ଝିଅ ଗୁରୁତର। ଜଳେଶ୍ବର ବସ୍ତା ଥାନା ମହାଦେବ ସରାଇ ଗାଁରେ ଅଘଟଣ। ମୃତକ ସ୍ବାମୀ ପିଥ ମୁର୍ମୁ ଓ ସ୍ତ୍ରୀ ମିନତୀ ମୁର୍ମୁ ।
Views: 67











