କଣ୍ଟାବାଞ୍ଜ : କଣ୍ଟାବାଞ୍ଜିରେ ଜଣେ କାଠ ମାଫିଆ ଘର ଓ ଗୋଦାମରେ ଚଢାଉ । କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧ ଧୂବାପଡା ମୋହନ ଟାଙ୍ଗଙ୍କ ଘର ଏବଂ ଭଡା ଘରେ ଚଢାଉ। ବଲାଙ୍ଗୀର ବନ ବିଭାଗର ସ୍ୱତନ୍ତ୍ର ଦଳ ଚଢ଼ାଉ କରିଛି। ଏନଏସି ଅଫିସ ପାଖରେ ଥିବା ୨ଟି ଘର ଓ ଗୋଦାମରେ ଚଢାଉ । ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ପକ୍ଷରୁ ମିଳିତ ଚଢାଉ । ବିପୁଳ ପରିମାଣର କାଠ ଫଟା ଓ ତିଆରି ସାମଗ୍ରୀ ଜବତ । ମୋହନ ଟାଙ୍ଗକୁ ବନ ବିଭାଗ ଅଟକ ରଖିଛି । ଆଉ ଏକାଧିକ ସ୍ଥାନରେ ଚଢ଼ାଉ ହେବାର ଅଛି ଏବେ ଚଢ଼ାଉ ଜାରି ରହିଥିବା ଏସିଏଫ ଘନଶ୍ୟାମ ମହନ୍ତ ସୂଚନା ଦେଇଛନ୍ତି ।
Views: 100