ଯାଜପୁର: କାଉଡିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୧୭ ଜଣ କାଉଡିଆ ଆହତ ହୋଇଛନ୍ତି । ଏନଏଚ-୨୦ ଚାନ୍ଦପୁର ନିକଟରେ ଡିଭାଇଡରରେ ପିଟି ହୋଇ ଓଲଟିଲା ବସ । ୧୭ କାଉଡିଆ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁରରୁ ବୋଲବମ ଭକ୍ତମାନଙ୍କୁ ନେଇ ପୁରୀ ଯାଉଥିବା ସମୟରେ ପାଣି କୋଇଲି ଥାନା ଚାନ୍ଦପୁର ନିକଟରେ ଭାରସାମ୍ୟ ଡିଭାଇଡର ଉପରକୁ ଚଢି ବସଟି ଓଲଟି ପଡିଥିଲା । କାହାର କୈାଣସି ବିଶେଷ କ୍ଷତି ହୋଇ ନ ଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି ।
Views: 81